ପୁନରୁଦ୍ଧାର ନାଁରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ପାଇଁ ହେଲାଣି ୩ଟି ଟେଣ୍ଡର, ଆସୁଛି ହେରଫେରର ଗନ୍ଧ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ସରକାର ବହୁତ ଯତ୍ନବାନ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆମ ସରକାର ବହୁତ କିଛି ପଦକ୍ଷେପ ନେଉଛନ୍ତି। ହେଲେ ପ୍ରକୃତରେ ଏହି ସରକାରଙ୍କ ଚାଷୀଙ୍କ ସ୍ୱାର୍ଥ ପାଇଁ ଦରଦ କେତେ, ତାହା କଳାହାଣ୍ଡି ଜିଲ୍ଲାର ଅପର ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଅବସ୍ଥା ଦେଖିଲେ ବୁଝା ପଡୁଛି। ବର୍ଷେ ହେଲାଣି କେନାଲରେ ଟୋପାଏ ବି ପାଣି ଛଡ଼ା ଯାଇନି। ପୁନରୁଦ୍ଧାର ନାଁରେ ଜଳସମ୍ପଦ ବିଭାଗ ପକ୍ଷରୁ ଥର ଥର କରି ୩ଥର ଟେଣ୍ଟର ହେଲାଣି, ହେଲେ କାମର ନାଁ ଗନ୍ଧ ନାହିଁ। ଆଉ ଏଣେ ବାରମ୍ବାର ଟେଣ୍ଡର ପଛରେ ବଡ଼ ଧରଣର ହେରଫେରର ଗନ୍ଧ ବାରିଛନ୍ତି ଚାଷୀ। କାମ ଶୀଘ୍ର ଆରମ୍ଭ କରିବା ଦାବିରେ ଧାରଣ ବି ଦେଇଛନ୍ତି। ସମସ୍ୟା ଶୀଘ୍ର ସମାଧାନ ନହେଲେ ଆଗକୁ ବଡ଼ ଧରଣର ଆନ୍ଦୋଳନ କରିବାକୁ ବି ଧମକାଇଲେଣି। ଏସବୁ ଭିତରେ ଓଟିଭି ହାତରେ ଲାଗିଛି ଏମିତି ଏକ ଚିଠି, ଯେଉଁଥିରେ ଜଳ ଜଳ ଦିଶୁଛି ଟେଣ୍ଡର ପଛର ଗୁମର।
ତଥ୍ୟ ଅନୁସାରେ, ୨୦୧୫, ମାର୍ଚ୍ଚ ୧୮ରେ ପ୍ରଥମଥର ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଥିରେ କୌଣସି ଠିକାଦାର ବା ବିଡର ଭାଗ ନେଇ ନଥିଲେ। ଏହାପରେ ହୋଇଥିବା ଫ୍ରେସ ଟେଣ୍ଡରରେ ୬ ଜଣ ବିଡର ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩ଟି କମ୍ପାନୀ ଫାଇନାନସିଆଲ ବିଡରେ ସଫଳ ହୋଇଥିଲେ। ୨୦୧୫ ନଭେମ୍ବର ୨୧ ତାରିଖରେ ଏ ବାବଦରେ ଇନ୍ଦ୍ରାବତୀ ଚିଫ ଇଞ୍ଜିନିୟରଙ୍କ ଅଫିସ ପକ୍ଷରୁ ଜଳସମ୍ପଦ ବିଭାଗକୁ ଜଣାଇ ଦିଆଯାଇଥିବା ଚିଠିରେ କୁହାଯାଇଛି।
ଏହାର ଠିକ୍ ୩ ମାସ ପରେ ଅର୍ଥାତ ୨୦୧୬ ଫେବ୍ରୁଆରୀ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନାଲ କାମ ଆରମ୍ଭ କରିବା ନେଇ ଶିଳାନ୍ୟାସ କଲେ। ୩ ମାସ ପରେ ଅର୍ଥାତ୍ ମେ ୧୮ରେ ଟେଣ୍ଡର କ୍ୟାନସଲ କରାଯାଇ, ଏହାର ପାଞ୍ଚ ଦିନ ପରେ ଉକ୍ତ କାମକୁ ଦୁଇ ଭାଗ କରାଗଲା। ଦୁଇଟି କମ୍ପାନୀଙ୍କୁ ଏହି କାମ ଦିଆଯିବାକୁ ସ୍ଥିର ହେଲା। କିନ୍ତୁ କାମ ଆରମ୍ଭ ହେବା ଦୂରର କଥା, ୨୦୧୬ ନଭେମ୍ବର ୧୦ ତାରିଖରେ ତୃତୀୟ ଥର ପାଇଁ ଟେଣ୍ଡର କରାଯାଇ, ବିଭାଗକୁ ଜଣାଇ ଦିଆଗଲା।
ପ୍ରଶ୍ନ ଉଠୁଛି ଦ୍ୱିତୀୟ ଟେଣ୍ଡରରେ ୩ ଜଣ ବିଡର ସଫଳ ହୋଇଥିବା ବେଳେ ଏହାକୁ କ୍ୟାନସଲ କରାଯାଇ ପୁଣି ଥରେ ତୃତୀୟ ଥର ଟେଣ୍ଡର ଡକାଗଲା କାହିଁକି ? କେଉଁ କମ୍ପାନୀକୁ ଅନୁଗ୍ରହ ଦେଖାଇବାକୁ ଯାଇ ବିଭାଗ ପୁଣି ଥରେ ଟେଣ୍ଡର କଲା ? ଯାହାକୁ ନେଇ ଚାଷୀ ଆପତ୍ତି ଉଠାଇବା ସହ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ ତାଲା ପକାଇ, ଧାରଣା ଦେଇଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ବର୍ଷ ଧରି ଖୋଳା ନହେବା କାରଣରୁ ୮୩ କିଲୋମିଟର ଲମ୍ବର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। କେନାଲର ୩ଟି ସ୍ଥାନ ଅତି ଦୁର୍ବଳ ହୋଇଯାଇଥିବା ଚିହ୍ନଟ ହୋଇଛି। ପାଖାପାଖି ବର୍ଷେ ହେଲାଣି କେନାଲରେ ପାଣି ଛଡା ହୋଇନାହିଁ। ଖରିଫ ଫସଲ ତ ଦୂରର କଥା, ରବି ଫସଲ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଚିଫ କନଷ୍ଟ୍ରକସନ ଇଞ୍ଜିନିୟରଙ୍କ କହିବା କଥା ହେଲା, ମାତ୍ର ୨୦ କିମି ପର୍ଯ୍ୟନ୍ତ ପାଣି ଛାଡିବାକୁ ଜଳସମ୍ପଦ ବିଭାଗର ନିର୍ଦ୍ଦେଶ ରହିଛି।
ସେପଟେ ଜିଲ୍ଲାପାଳ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ଫାଇନାଲ ହୋଇଛି। କାମ କେବେ ଆରମ୍ଭ ହେବେ ତାହା ଜଳସମ୍ପଦ ବିଭାଗ କହିପାରିବ।
ଏନେଇ କ’ଣ କହୁଛନ୍ତି ଚାଷୀ ଓ ପ୍ରଶାସନିକ ଅଧୀକାରୀ ଦେଖନ୍ତୁ ଭିଡିଓ।
Ordigital Desk
• Published: Friday, 23 February 2018
• Updated: 23 February 2018, 04:13 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos