ଲକଡାଉନରେ ଖୋଲିବ ଶିଳ୍ପାନୁଷ୍ଠାନ, କୋହଳ ହେଲା ନିୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ଏବେ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ରାଜ୍ୟରେ ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଭିନ୍ନ ଶିଳ୍ପାନୁଷ୍ଠାନରେ ଗତିବିଧିକୁ ପୁନଃ ଆରମ୍ଭ ପାଇଁ ରାଜ୍ୟ ସରକାର ଆଜି କଲଡାଉନ୍ ନିୟମକୁ କୋହଳ କରିଛନ୍ତି। ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନେ ଯେଭଳି ସହଜରେ ନିଜ ଘରୁ କର୍ପୋରେଟ ଅଫିସ, ଶିଳ୍ପାନୁଷ୍ଠାନ ଓ ସରକାରୀ ଅଫିସକୁ ଯାତାୟତ କରିପାରିବେ ସେଥିପାଇଁ ଆଜି ରାଜ୍ୟ […]

industrial

Manoranjan Sial
  • Published: Wednesday, 29 April 2020
  • , Updated: 29 April 2020, 09:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ଏବେ ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ରାଜ୍ୟରେ ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଭିନ୍ନ ଶିଳ୍ପାନୁଷ୍ଠାନରେ ଗତିବିଧିକୁ ପୁନଃ ଆରମ୍ଭ ପାଇଁ ରାଜ୍ୟ ସରକାର ଆଜି କଲଡାଉନ୍ ନିୟମକୁ କୋହଳ କରିଛନ୍ତି। ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନେ ଯେଭଳି ସହଜରେ ନିଜ ଘରୁ କର୍ପୋରେଟ ଅଫିସ, ଶିଳ୍ପାନୁଷ୍ଠାନ ଓ ସରକାରୀ ଅଫିସକୁ ଯାତାୟତ କରିପାରିବେ ସେଥିପାଇଁ ଆଜି ରାଜ୍ୟ ସରକାର କେତେକ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ଶିଳ୍ପ ସଂସ୍ଥା ଅବା କର୍ପୋରେଟ ହାଉସ୍ ଲକଡାଉନ୍ ଅବଧି ମଧ୍ୟରେ କାର୍ଯ୍ୟ କରିବାକୁ ଅନୁମତି ପାଇଥିବେ ସେମାନଙ୍କ ଦ୍ୱାରା ଦାଖଲ ଆବେଦନପତ୍ର ଆଧାରରେ ଜିଲ୍ଲା ମୁଖ୍ୟାଳୟ ଅବା ଅନ୍ୟ ସ୍ଥାନରେ ଥିବା କର୍ପୋରେଟ ଅଫିସକୁ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅବା ମ୍ୟୁନିସପାଲ କମିଶନର ଅନୁମତି ପ୍ରଦାନ କରିବେ।

ସେହିପରି ଶିଳ୍ପ ସଂସ୍ଥା ଅବା କର୍ପୋରେଟ ହାଉସ ପକ୍ଷରୁ ଜିଲ୍ଲାପାଳ ଅବା ମ୍ୟୁନିସପାଲ କମିଶନରଙ୍କୁ ଲିଖିତ ଭାବେ କେତେକ କର୍ମଚାରୀ (ସର୍ବାଧିକ ୩୦ପ୍ରତିଶତ) ଓ ଗାଡ଼ି ଆସିବ ତାହା ଲିଖିତ ଭାବେ ଅବଗତ କରାଯିବ। ଦୁଇଚକିଆ ଗାଡ଼ିରେ କେବଳ ଜଣେ ଲୋକ ଯାତ୍ରା କରିପାରିବେ ଓ ପଛରେ କେହି ଯେଭଳି ବସିବେ ନାହିଁ ତଥା ଚାରିଚକିଆ ଯାନରେ ଡ୍ରାଇଭର ଓ ପଛ ସିଟରେ ଜଣେ ଯାତ୍ରୀଙ୍କ ଯାତାୟତ ନିମନ୍ତେ ଅନୁମତି ମିଳିବ। ସେହିପରି ଶିଳ୍ପ ସଂସ୍ଥା ବା ଅଫିସର କୌଣସି କର୍ମଚାରୀଙ୍କ ଆନ୍ତଃ ଜିଲ୍ଲା ଯାତାୟତ ନିମନ୍ତେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କ ଦ୍ୱାରା ପାସ୍ ଇସ୍ୟୁ କରାଯାଇପାରିବ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Related story