କୁଆଁକୁଆଁ ହୋଇ କାନ୍ଦୁଛି କଅଁଳ ଶିଶୁ, ଫିଙ୍ଗି ଦେଇ କୁଆଡେ ଗଲା ନିର୍ଦ୍ଦୟ ମା’

ଆଠଗଡ଼(ନୀଳକଣ୍ଠ ଦୋରା): ଗଛ ମୂଳରେ କୁଆଁକୁଆଁ ହୋଇ କାନ୍ଦୁଛି ନବଜାତ ଶିଶୁପୁତ୍ର। ହେଲେ କୁଆଡ଼େ ଗଲା ସେହି ନିର୍ଦ୍ଦୟୀ ମାଆ? ନାଭି କଟାଯାଇନଥିବାରୁ ଜନ୍ମ ପରେ ଶିଶୁକୁ ତା’ ମାଆ ଛାଡ଼ି ପଳାଇଯାଇଥିବା ସନ୍ଦେହ କରାଯାଉଛି। ଏପରି ଅଭିଯୋଗ ଆସିଛି ଚର୍ଚ୍ଚାରେ ରହିଥିବା ଆଠଗଡ଼ ଗୁରୁଡିଝାଟିଆ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ନବଜାତ ଶିଶୁକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି। ଆଜି ଗୋବରା ଗାଁ ରାସ୍ତା ପାର୍ଶ୍ୱ ଗଛ ମୂଳରେ ଏକ […]

athagardh

Manoranjan Sial
  • Published: Monday, 17 February 2020
  • , Updated: 17 February 2020, 07:00 PM IST

ଆଠଗଡ଼(ନୀଳକଣ୍ଠ ଦୋରା): ଗଛ ମୂଳରେ କୁଆଁକୁଆଁ ହୋଇ କାନ୍ଦୁଛି ନବଜାତ ଶିଶୁପୁତ୍ର। ହେଲେ କୁଆଡ଼େ ଗଲା ସେହି ନିର୍ଦ୍ଦୟୀ ମାଆ? ନାଭି କଟାଯାଇନଥିବାରୁ ଜନ୍ମ ପରେ ଶିଶୁକୁ ତା’ ମାଆ ଛାଡ଼ି ପଳାଇଯାଇଥିବା ସନ୍ଦେହ କରାଯାଉଛି। ଏପରି ଅଭିଯୋଗ ଆସିଛି ଚର୍ଚ୍ଚାରେ ରହିଥିବା ଆଠଗଡ଼ ଗୁରୁଡିଝାଟିଆ ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ନବଜାତ ଶିଶୁକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି।

ଆଜି ଗୋବରା ଗାଁ ରାସ୍ତା ପାର୍ଶ୍ୱ ଗଛ ମୂଳରେ ଏକ ନବଜାତ ଶିଶୁ ପୁତ୍ର ରାହା ଧରି କାନ୍ଦୁଥିଲା। ତା’ର ନାଭି କଟାଯାଇନଥିଲା। ଏହା ଦେଖି ରାସ୍ତାରେ ଯାଉଥିବା ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଗୁରୁଡିଝାଟିଆ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ କର୍ମୀମାନେ ଶିଶୁପୁତ୍ରର ନାଭି କାଟି ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ସତ୍ତ୍ୱେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଶିଶୁ ପୁତ୍ରର ପରିଚୟ ଜଣାପଡ଼ିନାହିଁ। କେହି ଶିଶୁଟିକୁ ଜନ୍ମ କରି ଗଛ ମୂଳରେ ଛାଡ଼ି ପଳାଇ ଯାଇଥିବା ସନ୍ଦେହ କରାଯାଉଛି।

Related story