ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ଓଡ଼ିଶାରେ ବଢ଼ୁଛି ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜିସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ୭୪ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଏକତୃତୀୟାଂଶ ପଶ୍ଚିମବଙ୍ଗରୁ ଫେରିଛନ୍ତି ଅବା ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ପରିସ୍ଥିତିର ସରଜମିନ୍ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ତାଗିଦ୍ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଚନ୍ତି। ଆଜି ନିୟମିତ ବୁଲେଟିନରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଓଡ଼ିଶାରେ କୋଭିଡ-୧୯ […]

balasore

balasore

Manoranjan Sial
  • Published: Monday, 20 April 2020
  • Updated: 20 April 2020, 06:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜିସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ୭୪ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ଏକତୃତୀୟାଂଶ ପଶ୍ଚିମବଙ୍ଗରୁ ଫେରିଛନ୍ତି ଅବା ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ପରିସ୍ଥିତିର ସରଜମିନ୍ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ତାଗିଦ୍ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଚନ୍ତି।

ଆଜି ନିୟମିତ ବୁଲେଟିନରେ ଶ୍ରୀ ବାଗଚୀ କହିଛନ୍ତି ଯେ, ଓଡ଼ିଶାରେ କୋଭିଡ-୧୯ ସଂକ୍ରମିତ ଥିବା ମୋଟ ୭୪ଜଣଙ୍କ ମଧ୍ୟରୁ ପ୍ରାୟ ୨୪ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ଅବା ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି। ଆଜି ଚିହ୍ନଟ ହୋଇଥିବା ଭଦ୍ରକର ସମସ୍ତ ୫ଜଣ ଓ ଯାଜପୁରର ଜିଲ୍ଲାର ୫ଜଣ ପଶ୍ଚିମବଙ୍ଗ ଫେରନ୍ତା ଅବା ସେମାନଙ୍କ ସମ୍ପର୍କରେ ଆସିଛନ୍ତି। ଏହି ଲୋକମାନଙ୍କ ସଂସ୍ପର୍ଶରେ ବି ଅନେକ ଲୋକ ଆସିଥାଇପାରନ୍ତି। ସେମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଚାୟତଗୁଡ଼ିକ ସହଯୋଗ ନିଆଯାଉଛି। ଏସବୁ ଅଂଚଳରୁ ଅଧିକ ପଜେଟିଭ୍ ରିପୋର୍ଟ ଆସିବାପରେ ସରକାର ଅଧିକ ତତ୍ପର ହୋଇଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ଯେ, ଆଜି ଚିହ୍ନଟ ହୋଇଥିବା ୧୩ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି। ତେଣୁ ଗତ ୨୮ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସମସ୍ତ ଲୋକମାନେ ନିଶ୍ଚିତ ଭାବେ ସ୍ଥାନୀୟ ସରପଞ୍ଚ, ବିଡିଓ ଓ ତହସିଲଦାରଙ୍କୁ ଅବଗତ କରିବା ସହ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାରୁ ଆସିଥିବା ଲୋକଙ୍କ ଚିହ୍ନଟ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହାସହିତ ସେମାନେ କିଭଳି ନିଜଆଡ଼ୁ ପଞ୍ଜିକରଣ କରିବେ ସେଥିପାଇଁ ମଧ୍ୟ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos