କ୍ଷତବିକ୍ଷତ ଅବସ୍ଥାରେ ଯୁବତୀ ଉଦ୍ଧାର

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପାଈକବାହାଲ ଜଙ୍ଗଲରୁ ଆଜି ଜଣେ ଯୁବତୀଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ମାରି ଦେବାକୁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ମେଣ୍ଡା ପୁଲିସ୍ ଘଟଣାର ତଦନ୍ତ କରୁଛି। ଆଜି ସକାଳେ ସାନକଦଳୀପାଲି ଗାଁର କିଛି ମହିଳା କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେମାନେ କ୍ଷତାକ୍ତ ଯୁବତୀଙ୍କୁ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଅନ୍ତଃବସ୍ତ୍ର […]

younglady

Jitendra Garnayak
  • Published: Sunday, 05 May 2019
  • , Updated: 05 May 2019, 02:43 PM IST

ସୋନପୁର (ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପାଈକବାହାଲ ଜଙ୍ଗଲରୁ ଆଜି ଜଣେ ଯୁବତୀଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କୁ ଦୁଷ୍କର୍ମ ପରେ ମାରି ଦେବାକୁ ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ମେଣ୍ଡା ପୁଲିସ୍ ଘଟଣାର ତଦନ୍ତ କରୁଛି।

ଆଜି ସକାଳେ ସାନକଦଳୀପାଲି ଗାଁର କିଛି ମହିଳା କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେମାନେ କ୍ଷତାକ୍ତ ଯୁବତୀଙ୍କୁ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଅନ୍ତଃବସ୍ତ୍ର ଛଡ଼ା ତାଙ୍କ ଶରୀରେ ଆଉ କିଛି ନଥିଲା। ତାଙ୍କ ମୁହଁରେ ବହୁ କ୍ଷତ ହୋଇଛି। ଗାଁ ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଯୁବତୀ ଜଣଙ୍କ ବଲାଙ୍ଗୀର ଜିଲ୍ଲାର। ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ କହିବା ଅନୁଯାୟୀ, ତାଙ୍କୁ ଦୁଇ ଜଣ ଯୁବକ ସେ ଅଞ୍ଚଳକୁ ଆଣିଥିଲେ।

Related story