ସେବେ ଯବାନ,ଏବେ କିଷାନ୍ : ପଢ଼ନ୍ତୁ ବିଜୟଙ୍କ ‘ବିଜୟ’ କାହାଣୀ

ନବରଙ୍ଗପୁର(ନବଘନ ବିଷୋୟୀ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ନାରା ଦେଇଥିଲେ ଜୟ ଯବାନ ଜୟ କିଷାନ। କିନ୍ତୁ ଆମେ ଯାହାଙ୍କ କଥା କହୁଛୁ, ସେ ଜଣେ ଯବାନ ବି ଆଉ କିଷାନ ବି। କୃଷି ଏକ ଲାଭଜନକ ବୃତ୍ତି ନୁହେଁ ବୋଲି କହି ଅନେକେ ମୁହଁ ମୋଡ଼ୁଥିବା ବେଳେ, ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଚାକିରି ପରେ ଗୋପାଳନ ଓ କୃଷିକାର୍ଯ୍ୟକୁ ଆଦରି ନେଇଛନ୍ତି ଏବଂ ସେଥିରେ ଯଥେଷ୍ଟ ସଫଳତା ମଧ୍ୟ ପାଇଛନ୍ତି। ସେ ହେଉଛନ୍ତି […]

jawan-1

Tapas Behera
  • Published: Monday, 19 August 2019
  • , Updated: 19 August 2019, 06:35 PM IST

ନବରଙ୍ଗପୁର(ନବଘନ ବିଷୋୟୀ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ନାରା ଦେଇଥିଲେ ଜୟ ଯବାନ ଜୟ କିଷାନ। କିନ୍ତୁ ଆମେ ଯାହାଙ୍କ କଥା କହୁଛୁ, ସେ ଜଣେ ଯବାନ ବି ଆଉ କିଷାନ ବି। କୃଷି ଏକ ଲାଭଜନକ ବୃତ୍ତି ନୁହେଁ ବୋଲି କହି ଅନେକେ ମୁହଁ ମୋଡ଼ୁଥିବା ବେଳେ, ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଚାକିରି ପରେ ଗୋପାଳନ ଓ କୃଷିକାର୍ଯ୍ୟକୁ ଆଦରି ନେଇଛନ୍ତି ଏବଂ ସେଥିରେ ଯଥେଷ୍ଟ ସଫଳତା ମଧ୍ୟ ପାଇଛନ୍ତି। ସେ ହେଉଛନ୍ତି ବିଜୟ କୁମାର ପାଠକ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସୋରୁଗୁଡ଼ା ଗାଁରେ ବିଜୟଙ୍କର ରହିଛି ଡେୟାରି ଫାର୍ମ ।

ହାତରେ ବନ୍ଧୁକ ନାହିଁ ସତ କିନ୍ତୁ ଏବେବି ତାଙ୍କର ଛାତିରେ ଛାତିଏ ଦମ୍ଭ। ଆଖିରେ ଆଖିଏ ଆତ୍ମବିଶ୍ୱାସ। ଭାରତୀୟ ସେନାରୁ ଅବସର ନେବା ପରେ, ନିଜକୁ ଗୋପାଳନ ଓ କୃଷିକାର୍ଯ୍ୟରେ ନିୟୋଜିତ କରିଛନ୍ତି ସୁବେଦାର ମେଜର୍ ବିଜୟ କୁମାର ପାଠକ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସୋରୁଗୁଡ଼ା ଗାଁରେ ରହିଛି ତାଙ୍କର ଏହି ଡେୟାରି ଫାର୍ମ। ଚାକିରୀ ସମୟରୁ ଗୋପାଳନ ପ୍ରତି ଆଗ୍ରହୀ ଥିବା ବିଜୟ, ଅବସର ପରେ ଅନ୍ୟ କୌଣସି ସହଜ ବୃତ୍ତି ଅପେକ୍ଷା, ଏଇ ପନ୍ଥାକୁ ଆଦରି ନେଇଥିଲେ। ଅବଶ୍ୟ ଏଥିପାଇଁ ତାଙ୍କ ପତ୍ନୀ ଓ ପୁଅ ବୋହୁଙ୍କର ବି ଅକୁଣ୍ଠ ସହଯୋଗ ରହିଛି।

ତାଙ୍କ ଗୋଶାଳାରୁ ସ୍ଥାନୀୟ ଲୋକଙ୍କୁ ସୁଲଭ ମୂଲ୍ୟରେ କ୍ଷୀର ଓ ଅନ୍ୟ ପୁଷ୍ଟିକର ଦୁଗ୍ଧଜାତ ଦ୍ରବ୍ୟ ମିଳିପାରୁଥିବାରୁ ଏହି ବୃତ୍ତିକୁ ନେଇ ବେଶ୍ ଖୁସି ଥିବା କୁହନ୍ତି ବିଜୟ।

ଉତ୍ତରପ୍ରଦେଶର ମୂଳ ବାସିନ୍ଦା ବିଜୟ ପାଠକ କୋରାପୁଟ ସୁନାବେଡ଼ାରେ କାର୍ଯ୍ୟରତ ଥିବା ବେଳେ ନବରଙ୍ଗପୁର ଆସିଥିଲେ। ସେ ସୋରୁଗୁଡ଼ାରେ ଏକ ଜମି କିଣି ୨୦୦୫ରେ ପ୍ରଥମେ ୧୦ଟି ଗାଈ ରଖି ଆରମ୍ଭ କରିଥିଲେ ଗୋଶାଳା। ଏବେ ଗାଈ ସଂଖ୍ୟା ୧୦୦ରେ ପହଞ୍ଚିଲାଣି। କେବଳ ଗୋପାଳନ ନୁହେଁ, ସେ ଘାସ ଚାଷ, ୨ଟି ପୋଖରୀରେ ମାଛଚାଷ ଏବଂ ଜୈବିକ ପଦ୍ଧତିରେ ଆମ୍ବ ଓ କଦଳୀ ଆଦି ଫଳ ଚାଷ ମଧ୍ୟ କରନ୍ତି। ଏଥିସହ ତାଙ୍କ ଗୋଶାଳାରେ ନିୟୋଜିତ ସ୍ଥାନୀୟ ଅଞ୍ଚଳର ୧୫ରୁ ୨୦ ପୁରୁଷ ଓ ମହିଳାଙ୍କୁ ଘର ପାଖରେ ରୋଜଗାର ମିଳିପାରୁଛି।

https://youtu.be/jSGnI-Uukpk

Related story