କେନ୍ଦ୍ରର ରିହାତି ସତ୍ତ୍ୱେ ରାଜ୍ୟ ବଢ଼ାଇଛି ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀ (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪ କୋଟିର ରିହାତି ପ୍ରଦାନ କରାଯିବା ସତ୍ତ୍ୱେ ରାଜ୍ୟରେ ବଢ଼ିଛି ବିଦ୍ୟୁତ୍‌ ଶୁଳ୍କ । କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍‌ ସରବରାହ  ଲକ୍ଷ୍ୟରେ କେନ୍ଦ୍ର ପକ୍ଷରୁ ଏହି ଆର୍ଥିକ ରିହାତି ଦିଆଯାଇଥିବା  ଟ୍ୱିଟ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NTPCରୁ  ୫୬. ୮ କୋଟି, PGCILରୁ ୨୪.୩୫ କୋଟିର ରିହାତି […]

electricity

Niharika Rout
  • Published: Friday, 25 September 2020
  • , Updated: 25 September 2020, 01:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀ (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ୮୪ କୋଟିର ରିହାତି ପ୍ରଦାନ କରାଯିବା ସତ୍ତ୍ୱେ ରାଜ୍ୟରେ ବଢ଼ିଛି ବିଦ୍ୟୁତ୍‌ ଶୁଳ୍କ ।

କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍‌ ସରବରାହ  ଲକ୍ଷ୍ୟରେ କେନ୍ଦ୍ର ପକ୍ଷରୁ ଏହି ଆର୍ଥିକ ରିହାତି ଦିଆଯାଇଥିବା  ଟ୍ୱିଟ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NTPCରୁ  ୫୬. ୮ କୋଟି, PGCILରୁ ୨୪.୩୫ କୋଟିର ରିହାତି ପ୍ରଦାନ କରାଯାଇଥିବାରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହେଲେ କେନ୍ଦ୍ରର ୮୪ କୋଟି ରିହାତି ସତ୍ତ୍ୱେ ଶୁଳ୍କ ବଢ଼ିବାରୁ  ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ, ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ୪ ପ୍ରତିଶତ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇଛି। ଅକ୍ଟୋବର ପହିଲାରୁ ଗ୍ରାହକଙ୍କୁ ଏହି ବର୍ଦ୍ଧିତ ବିଦ୍ୟୁତ୍‌ ବିଲ୍‌ ଦେବାକୁ ପଡ଼ିବ।  ଏହାକୁ ନେଇ ଉପଭୋକ୍ତା ଓ ଅନ୍ୟ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ସମର୍ଥନ ଜଣାଇଛନ୍ତି ।

ଏନେଇ ଶକ୍ତି ମନ୍ତ୍ରୀ କହିଛନ୍ତି, ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି। ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଓଇଆରସି ନେଇଥାନ୍ତି।  ଏହା ମଧ୍ୟରେ ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ ଖର୍ଚ୍ଚ ବଢ଼ିଥିବାରୁ ଶୁଳ୍କ ବୃଦ୍ଧି କରାଯାଇଛି।

ସେପଟେ ଏଥିନିମନ୍ତେ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Related story