ସୁନୀଲ ରୟ ଇନଚାର୍ଜ ଡିଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମାଙ୍କ ସ୍ୱେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ୧୯୮୭ ବ୍ୟାଚ୍ ଆଇପିଏସ୍ ତଥା ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସୁନୀଲ ରୟଙ୍କୁ ଇନଚାର୍ଜ ଡିଜି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜଣାପଡ଼ିଛି। ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁଲିସ ଡିଜି ଡଃ ଶର୍ମାଙ୍କ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଚୟନକୁ […]

vx-9

vx-9

Tapas Behera
  • Published: Tuesday, 06 August 2019
  • Updated: 06 August 2019, 01:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମାଙ୍କ ସ୍ୱେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ୧୯୮୭ ବ୍ୟାଚ୍ ଆଇପିଏସ୍ ତଥା ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ସୁନୀଲ ରୟଙ୍କୁ ଇନଚାର୍ଜ ଡିଜି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଜଣାପଡ଼ିଛି। ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁଲିସ ଡିଜି ଡଃ ଶର୍ମାଙ୍କ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ଚୟନକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମୋଦନ କରିସାରିଛନ୍ତି। ତେଣୁ ଡିଜିପି ଡଃ ଶର୍ମାଙ୍କ ବଦଳରେ ଏବେ ସୁନୀଲ ରୟ ଓଡ଼ିଶା ପୁଲିସର ଇନଚାର୍ଜ ଡିଜି ଭାବେ କାର୍ଯ୍ୟ ତୁଲାଇବେ ବୋଲି ଜଣାପଡ଼ିଛି। ଶ୍ରୀ ରୟ ସରକାରୀ ଚାକିରୀରୁ ୨୦୨୦ ମେ’ ମାସରେ ଅବସର ନେବେ। ସେହିପରି ଖାଲି ପଡ଼ିଥିବା ପୁଲିସ ମୁଖ୍ୟାଳୟ ଏଡିଜି ପଦବୀରେ ୧୯୯୩ ବ୍ୟାଚ୍ ଆଇପିଏସ୍ ବିନୟତୋଷ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି। ଗତ ୨ତାରିଖରେ ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିବା ସହ ସେ ଅତିରିକ୍ତ ଭାବେ ମଡର୍ଣ୍ଣାଇଜେସନ୍ (ଏଡିଜି) ଦାୟିତ୍ୱ ମଧ୍ୟ ତୁଲାଇବେ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଯୋଗୁ ରାଜ୍ୟ ସରକାର ନୂଆ ଡିଜିପି ଚୟନ ପ୍ରକ୍ରିୟା ନିମନ୍ତେ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି)ର ଅନୁମୋଦନ ନେବା ଜରୁରୀ ହୋଇଛି। ନୂତନ ପ୍ରାବଧାନ ଅନୁସାରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସଙ୍କ ଏକ ତାଲିକା ୟୁପିଏସସିକୁ ପଠାଇବେ, ଯାହା ସେଠାରେ ସର୍ଟ ଲିଷ୍ଟ ହେବାପରେ ସେଥିରୁ ରାଜ୍ୟ ସରକାର ନୂଆ ଡିଜି ଚୟନ କରିବେ। ଏହି ପ୍ରକ୍ରିୟା ଏବେ ୟୁପିଏସସିଙ୍କ ବିଚାରାଧୀନ ରହିଥିବାରୁ ସ୍ଥାୟୀ ଡିଜି ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହୋଇଛି।

ସୂଚନା ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଥିବା କୌଣସି ଆଇପିଏସଙ୍କ ନାଁକୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ପଦ ନିମନ୍ତେ ସୁପାରିସ୍ କରିନାହାନ୍ତି। ରାଜ୍ୟ ସରକାର ଡିଜିପି ପଦବୀ ଚୟନ ପାଇଁ ୟୁପିଏସସିକୁ ଯେଉଁ ୬ଜଣ ବରିଷ୍ଠ ଆଇପିଏସଙ୍କ ନାଁ ପଠାଇଛନ୍ତି ସେମାନେ ହେଲେ ୧୯୮୬ ବ୍ୟାଚ୍ ଆଇପିଏସ୍ ବିଜୟ କୁମାର ଶର୍ମା, ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ରୟ, ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତି, ମନୋଜ ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ ଓ ବିନୟାନନ୍ଦ ଝା। ୟୁପିଏସସି ଏହି ୬ଜଣିଆ ଆଇପିଏସ ତାଲିକାରୁ ଯେଉଁ ୩ ଅଫିସରଙ୍କ ନାଁ ସର୍ଟଲିଷ୍ଟ କରିବ ତା’ ଆଧାରରେ ସେମାନଙ୍କ ମଧ୍ୟରୁ ଜଣକୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ପଦବୀରେ ଅବସ୍ଥାପିତ କରିବେ ବୋଲି ସୂଚନା ମିଳିଛି। ଏବେ ଏହି ପ୍ରକ୍ରିୟା ୟୁପିଏସସିଙ୍କ ବିଚାରାଧୀନ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos