ନାବାଳିକା ନାଁରେ ୧୦୭ ଦଫା ଲଗାଇଥିବା ପୁଲିସଙ୍କ ଅଡୁଆ ବଢ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮ ବର୍ଷର ନାବାଳିକା ନାଁରେ ୧୦୭ ଦଫା ଲଗାଯିବା ମାମଲାରେ ବନମାଳିପୁର ଫାଣ୍ଡି ଓ ବାଲିପାଟଣା ପୁଲିସ ଅଡୁଆ ବଢ଼ିଲା। ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନରେ ମାମଲା ଦାୟର ହୋଇଛି। ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍‌ କରାଯାଇଛି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କଠାରେ ଅପିଲ କରିଛି ଚାଇଲ୍‌ଡ ଲାଇନ୍‌। ଶିଶୁ ଅଧିକାର ହନନ ହୋଇଥିବା ନେଇ ଚାଇଲ୍‌ଡ ଲାଇନ ପକ୍ଷରୁ ଅଭିଯୋଗ କରାଯାଇଛି। […]

Police

Manoranjan Sial
  • Published: Wednesday, 20 January 2021
  • , Updated: 20 January 2021, 06:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮ ବର୍ଷର ନାବାଳିକା ନାଁରେ ୧୦୭ ଦଫା ଲଗାଯିବା ମାମଲାରେ ବନମାଳିପୁର ଫାଣ୍ଡି ଓ ବାଲିପାଟଣା ପୁଲିସ ଅଡୁଆ ବଢ଼ିଲା। ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନରେ ମାମଲା ଦାୟର ହୋଇଛି। ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍‌ କରାଯାଇଛି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କଠାରେ ଅପିଲ କରିଛି ଚାଇଲ୍‌ଡ ଲାଇନ୍‌। ଶିଶୁ ଅଧିକାର ହନନ ହୋଇଥିବା ନେଇ ଚାଇଲ୍‌ଡ ଲାଇନ ପକ୍ଷରୁ ଅଭିଯୋଗ କରାଯାଇଛି।

ଭୁବନେଶ୍ୱର ଉପକଣ୍ଠ ଦେଉଳିଧରପୁର ଗାଁରେ ଦୁଇ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା। ପୁଲିସ ଉଭୟ ପରିବାର ସଦସ୍ୟଙ୍କ ବିରୋଧରେ ୧୦୭ ଦଫା ଲଗାଇ ନୋଟିସ୍‌ କରିଥିଲା। ତେବେ ଏମାନଙ୍କ ଭିତରେ ଜଣେ ୮ ବର୍ଷର ନାବାଳିକାକୁ ୧୯ ବର୍ଷ ଦର୍ଶାଇ ନୋଟିସ୍‌ କରାଯାଇଥିଲା।

ମଙ୍ଗଳବାର ସମସ୍ତ ଅଭିଯୁକ୍ତ ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କ ଭିତରେ ଜଣେ ୮ ବର୍ଷର ନାବାଳିକା କାଠଗଡ଼ାରେ ଠିଆ ହେବା ଦେଖି ମାଜିଷ୍ଟ୍ରେଟ୍‌ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ। ପରେ ଅସନ୍ତୋଷ ପ୍ରକାଶ କରିବା ସହିତ ନୋଟିସ ଜାରି କରିଥିବା ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ।

Related story