ରାଉରକେଲାରେ ସଟ୍ଟା କାରବାର: ଗ୍ୟାଙ୍ଗର ୩ ସଦସ୍ୟ ଗିରଫ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଆଇପିଏଲ୍‌ରେ ସଟ୍ଟା ଲଗାଉଥିବା ଏକ ଗ୍ୟାଙ୍ଗର ତିନିଜଣ ସଦସ୍ୟକୁ ପ୍ଲାଣ୍ଟସାଇଟ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା , ୩୩ଟି ମୋବାଇଲ , ୩ଟି ଲ୍ୟାପଟପ , ସିସି ଟିଭି ଡିଭିଆର୍‌ ଏବଂ ସଟ୍ଟା ଲଗାଇବା ଵିଭିନ୍ନ କାଗଜ ପତ୍ର ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସହରର ନଲା ରୋଡ଼ ଅଞ୍ଚଳରେ ଚଢ଼ାଉ କରି ଏହି କ୍ରିକେଟ ସଟ୍ଟା ଗ୍ୟାଙ୍ଗର ପର୍ଦାଫସ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମସୁଦ ଅଲମ , ମହମ୍ମଦ ପରବେଜ ଏବଂ ଉତ୍ତମ ସାହ। ଆଜି ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିବ ।

ଏହି ଗ୍ୟାଙ୍ଗର ସଦସ୍ୟମାନେ କମ୍‌ ବୟସର ଯୁବକମାନଙ୍କୁ ସଟ୍ଟା ଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଠକିନେବା ପରେ ଅନ୍ୟ ଯୁବକଙ୍କୁ ଫସଉ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏହି ଗ୍ୟାଙ୍ଗର ଅନ୍ୟ ୯ ଜଣ ଦଦସ୍ୟ ଫେରାର ଥିବାରୁ ସେମାନଙ୍କୁ ଧରିବକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।