ଆଇପିଏଲ ବେଟିଂ ଧରପଗଡ଼, ୪ଗିରଫ

ଆସିକା(ଓଡ଼ିଶା ରିପୋର୍ଟର): ଆଇପିଏଲ୍ ବେଟିଂ ଚାଲିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ସହ ୪ଟି ମୋବାଇଲ ଜବତ କରିଛି। ଆସିକା ସୁବର୍ଣ୍ଣନେଶ୍ୱର ମନ୍ଦିର ନିକଟରେ ଏହି ଆଇପିଏଲ ବେଟିଂ ଚାଲିଥିଲା। ଆଜି ଆସିକା ପୁଲିସ ଗିରଫ କରିଥିବା ବ୍ୟକ୍ତିମାନଙ୍କୁ ଅଧିକ ପଚରାଉଚରା କରି ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କ ପରିଚୟ ପ୍ରସ୍ତୁତ କରିଛି। ଏହି ମାମଲାରେ ଛଅ […]

IPL

IPL

Niranjan Mishra
  • Published: Monday, 30 May 2022
  • , Updated: 30 May 2022, 05:14 PM IST

ଆସିକା(ଓଡ଼ିଶା ରିପୋର୍ଟର): ଆଇପିଏଲ୍ ବେଟିଂ ଚାଲିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ସହ ୪ଟି ମୋବାଇଲ ଜବତ କରିଛି। ଆସିକା ସୁବର୍ଣ୍ଣନେଶ୍ୱର ମନ୍ଦିର ନିକଟରେ ଏହି ଆଇପିଏଲ ବେଟିଂ ଚାଲିଥିଲା। ଆଜି ଆସିକା ପୁଲିସ ଗିରଫ କରିଥିବା ବ୍ୟକ୍ତିମାନଙ୍କୁ ଅଧିକ ପଚରାଉଚରା କରି ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କ ପରିଚୟ ପ୍ରସ୍ତୁତ କରିଛି।

ଏହି ମାମଲାରେ ଛଅ ଜଣ ଫେରାର ହୋଇଯାଇଛନ୍ତି। ଏନେଇ ଆସିକା ପୁଲିସ ଏକ ମାମଲା ରୁଜୁ କରି ଗିରଫମାନଙ୍କୁ କୋର୍ଟ ଚାଲାଣ କରିଛି। ଆସିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଗଣମାଧ୍ୟମକୁ ଶିକ୍ଷା ନିବେଶ ଆଇପିଏସ ନଚିକେତ ସିଲେକ ସୂଚନା ଦେଇଛନ୍ତି।

Related story