ନୀତି ଶେଖର ଅତିରିକ୍ତ ପୁଲିସ୍‌ କମିଶନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୦୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ନୀତି ଶେଖର ପାଇଛନ୍ତି ନୂଆ ନିଯୁକ୍ତି। ତାଙ୍କୁ କଟକ-ଭୁବନେଶ୍ୱରର ଅତିରିକ୍ତ ପୁଲିସ୍ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ରେଖା ଲୋହାନୀ ଅତିରିକ୍ତ ପୁଲିସ୍ କମିଶନର ଥିଲେ। ହେଲେ ଗତକାଲି ସେ ପଦୋନ୍ନତି ପାଇଥିଲେ। ସେ ଅତିରିକ୍ତ ଡିଜି (ଏଡିଜି) ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଏହା ପରେ ତାଙ୍କୁ ମହିଳା ଓ ଶିଶୁ ଅପରାଧ ବିରୋଧୀ ୱିଙ୍ଗର ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି। ଗତକାଲି ରେଖା […]

IPS Niti Sekhar

Jitendra Garnayak
  • Published: Friday, 31 December 2021
  • , Updated: 31 December 2021, 05:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୦୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ନୀତି ଶେଖର ପାଇଛନ୍ତି ନୂଆ ନିଯୁକ୍ତି। ତାଙ୍କୁ କଟକ-ଭୁବନେଶ୍ୱରର ଅତିରିକ୍ତ ପୁଲିସ୍ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି।

ଏହା ପୂର୍ବରୁ ରେଖା ଲୋହାନୀ ଅତିରିକ୍ତ ପୁଲିସ୍ କମିଶନର ଥିଲେ। ହେଲେ ଗତକାଲି ସେ ପଦୋନ୍ନତି ପାଇଥିଲେ। ସେ ଅତିରିକ୍ତ ଡିଜି (ଏଡିଜି) ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଏହା ପରେ ତାଙ୍କୁ ମହିଳା ଓ ଶିଶୁ ଅପରାଧ ବିରୋଧୀ ୱିଙ୍ଗର ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି।

ଗତକାଲି ରେଖା ଲୋହାନୀଙ୍କ ସହିତ ଆଉ ୩ ଆଇପିଏସ୍‌ ଅଫିସର- କାରାଗାର ଆଇଜି ଦୀପ୍ତେଶ ପଟ୍ଟନାୟକ, ଭିଜିଲାନ୍ସ ଆଇଜି ଅସିତ କୁମାର ପାଣିଗ୍ରାହୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି ଏସ୍‌ କୁଟ୍ଟେଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଥିଲା। ସେମାନଙ୍କୁ ନିଜ ନିଜ ପଦବୀରେ ରହି କାର୍ଯ୍ୟ କରିବାକୁ କୁହାଯାଇଥିଲା। ତେବେ ଆଜି ରେଖା ଲୋହାନୀଙ୍କୁ ବଦଳି କରାଯାଇଛି।

ଏହା ପୂର୍ବରୁ ୨୯ ତାରିଖରେ ୬ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିଲା। ୨୦୦୪ ବ୍ୟାଚର ଆଇପିଏସ୍ ଅଧିକାରୀ ଦୀପକ କୁମାର, ଆଶିଷ ସିଂହ ଓ ସତ୍ୟବ୍ରତ ଭୋଇ ଆଇଜି ପାହ୍ୟାକୁ ଉଠିଥିବା ବେଳେ ୨୦୦୮ ବ୍ୟାଚର ଆଇପିଏସ୍‌ ଅଫିସର ଉମାଶଙ୍କର ଦାଶ, ଆର୍.ପ୍ରକାଶ ଏବଂ ସତ୍ୟଜିତ ନାୟକ ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି।

Related story