କେନ୍ଦ୍ରୀୟ ଡେପୁଟେସନରେ ଗଲେ ଯତୀନ୍ଦ୍ର, ଫେରିଲେ ସଞ୍ଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୦ ମସିହା ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହିତ ୧୯୯୭ ବ୍ୟାଚ୍ ଆଇପିଏସ୍ ସଞ୍ଜୟ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିବାରୁ ସେ ଖୁବଶୀଘ୍ର ରାଜ୍ୟକୁ ଫେରିବେ ବୋଲି ଜଣାପଡ଼ିଛି। ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇଜି(ପ୍ରୋଭିଜିନିଂ) ୨୦୦୦ ବ୍ୟାଚ୍ ଆଇପିଏସ୍ ଶ୍ରୀ କୋଏଲଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନମୁତି […]

ips

Ordigital Desk
  • Published: Wednesday, 20 April 2022
  • , Updated: 20 April 2022, 10:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୦୦ ମସିହା ବ୍ୟାଚ୍ ଆଇପିଏସ୍ ଯତୀନ୍ଦ୍ର କୋଏଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାସହିତ ୧୯୯୭ ବ୍ୟାଚ୍ ଆଇପିଏସ୍ ସଞ୍ଜୟ କୁମାରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିବାରୁ ସେ ଖୁବଶୀଘ୍ର ରାଜ୍ୟକୁ ଫେରିବେ ବୋଲି ଜଣାପଡ଼ିଛି।

ବୁଧବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇଜି(ପ୍ରୋଭିଜିନିଂ) ୨୦୦୦ ବ୍ୟାଚ୍ ଆଇପିଏସ୍ ଶ୍ରୀ କୋଏଲଙ୍କୁ ୫ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନମୁତି ମିଳିଛି । ସେ ସଶସ୍ତ୍ର ସୀମା ବଳରେ ଆଇଜି ଭାବେ ଅବସ୍ଥାପିତ ହେବେ। ସେହିପରି ସଶସ୍ତ୍ର ସୀମା ବଳରେ ଆଇଜି ଭାବେ କାର୍ଯ୍ୟ କରିଥିବା ୧୯୯୭ ବ୍ୟାଚ୍ ସଞ୍ଜୟ କୁମାରଙ୍କର ଗତମାସରେ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଛି । ତାଙ୍କୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରିବା ପାଇଁ ଅନୁମତି ମିଳିଛି । ଅବଶ୍ୟ ସେ ଏପର୍ଯ୍ୟନ୍ତ ଓଡ଼ିଶା ଫେରିନଥିବା ଜଣାପଡ଼ିଛି ।

Related story