ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚର ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ୍ ପ୍ରଦୀପ କାପୁରଙ୍କୁ ସରକାରୀ ଚାକିରିରୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସେ ଆସନ୍ତା ନଭେମ୍ବର ୩୦ରେ ଅବସର ନେବେ ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ନୂଆଦିଲ୍ଲୀରେ ଜାତୀୟ ବୈଷୟିକ ଗବେଷଣା ସଂଗଠନ(ଏନଟିଆରଓ)ର ଉପଦେଷ୍ଟା ଭାବେ କାର୍ଯ୍ୟରତ ୧୯୮୬ ବ୍ୟାଚ ଆଇପିଏସ୍ ଶ୍ରୀ କାପୁରଙ୍କୁ ୬୦ବର୍ଷ ବୟସ ହୋଇଥିବାରୁ ନଭେମ୍ବର ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।
ସୂଚନାଯୋଗ୍ୟ, ୧୯୮୬ ବ୍ୟାଚର ଅନ୍ୟଜଣେ ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମା ଚଳିତମାସ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବେ । ଗତ ଦୁଇମାସ ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ଏଥିପାଇଁ ଆନୁଷ୍ଠାନିକ ଅନୁମତି ଦେଇସାରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସନ୍ଧ୍ୟାରେ ଦୁର୍ଘଟଣାରେ ଚାଲିଗଲା ଜୀବନ; ରାତିରେ ଘରେ ବୁଲିଲା କଳାକନା
ବିଜୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।
Miscellaneous
ନନ୍ଦନକାନନକୁ ଆସିଲେ ନୂଆ ଅତିଥି
ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।