କୋଭିଡ୍ ନିୟମ କ’ଣ ବିଜେଡି ନେତାଙ୍କ ପାଇଁ ଅଲଗା: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ଅବ୍ୟବସ୍ଥା ଓ ସମ୍ବଲପୁର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ବିଜେପିର ଦୁଇ ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ବଳପ୍ରୟୋଗ ସହ ମାମଲା ରୁଜୁ କରିବାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏହାସହିତ ଶାସକ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ କୋଭିଡ୍ ନିୟମକୁ କିଭଳି ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି ତା’ର ଫଟୋଚିତ୍ର ମଧ୍ୟ ବିଜେପି ଜାରି କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ […]

samir

samir

Manoranjan Sial
  • Published: Wednesday, 29 July 2020
  • Updated: 29 July 2020, 06:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ଅବ୍ୟବସ୍ଥା ଓ ସମ୍ବଲପୁର ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ବିଜେପିର ଦୁଇ ବିଧାୟକଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ବଳପ୍ରୟୋଗ ସହ ମାମଲା ରୁଜୁ କରିବାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏହାସହିତ ଶାସକ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ କୋଭିଡ୍ ନିୟମକୁ କିଭଳି ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି ତା’ର ଫଟୋଚିତ୍ର ମଧ୍ୟ ବିଜେପି ଜାରି କରିଛି।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସମ୍ବଲପୁର ସହର ଓ ସଂପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ ମହାମାରୀ କରୋନାର ସ୍ଥିତି ସଙ୍ଗୀନ ହେଉଛି। କରୋନାର ସୁପରିଚାଳନା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ବନ୍ଦୋବସ୍ତ ନେଇ ଜନ ପ୍ରତିନିଧି ଭାବରେ ବିଧାୟକ ଜୟନାରାୟଣ ମିଶ୍ର ଓ ବିଧାୟକ ନାଉରୀ ନାଏକଙ୍କର ବଡ଼ ଦାୟିତ୍ୱ ରହିଛି ଓ ଏହି ଦାୟିତ୍ୱକୁ ପାଳନ କରିବା ପାଇଁ ଏମାନେ ବଦ୍ଧପରିକର। ଜୟନାରାୟଣ ମିଶ୍ର ଓ ନାଉରୀ ନାଏକ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଜଣା ବ୍ୟକ୍ତି ନୁହଁନ୍ତି। ସେମାନେ ନିର୍ବାଚିତ ଜନ ପ୍ରତିନିଧି। ଜିଲ୍ଲାପାଳ ସାମାନ୍ୟ ସୌଜନ୍ୟତା ଦେଖାଇ ସେମାନଙ୍କୁ ସାକ୍ଷାତ୍ କରିବାକୁ ସୁଯୋଗ ଦେଇ ସମସ୍ୟା ବୁଝିପାରିନଥାନ୍ତେ ବା ନିଜେ ନିଜ କାର୍ଯ୍ୟାଳୟ ବାହାରକୁ ଆସି ସାକ୍ଷାତ୍ କରିପାରିଥାନ୍ତେ। ମାତ୍ର ଜିଲ୍ଲାପାଳ ବିଜେପିର ଦୁଇ ବିଧାୟକଙ୍କ ବିରୁଦ୍ଧରେ ବିଭିନ୍ନ ସଙ୍ଗୀନ ଦଫା ଲଗାଇ ଜୋର ଜବରଦସ୍ତ ପାଟି ବନ୍ଦ କରିବାକୁ ଅପଚେଷ୍ଟା କରିଛନ୍ତି। ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଯେତେ ବି ନାଲି ଆଖି ଦେଖାଇଲେ ବିଜେପି ଜନ ସମସ୍ୟାକୁ ଉଠାଇବାରେ ବନ୍ଦ କରିବ ନାହିଁ। ବିଜେପି ପ୍ରତିନିଧି ଦଳ ପୂର୍ବରୁ ଆରଡିସିଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ ମଧ୍ୟ ସେଥିରୁ ଗୋଟିଏ ବି ସମାଧାନ ହୋଇପାରିନି।

ଶ୍ରୀ ମହାନ୍ତି ଏହି ଅବସରରେ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ଶାସକ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ କିପରି କୋଭିଡ୍ ନିୟମର ଉଲ୍ଲଂଘନ କରିଛନ୍ତି। କିଛି ଦିନ ପୂର୍ବରୁ ବିଜେଡ଼ି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି ଦାସ) ବାରିପଦାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଓ ମନ୍ତ୍ରୀ ସୁଶାନ୍ତ ସିଂହ ଆଡ଼ମ୍ବରପୂର୍ଣ୍ଣ ଜନ୍ମଦିନ ପାଳନ କରିଥିଲେ।ସେହିପରି ସୋରଡ଼ା ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କୋଭିଡ୍ ନିୟମ ଭାଙ୍ଗି ଘର ଘର ବୁଲିବା ଓ ଜନ ସମାଗମ କରିବା, ଆଉ ଖୋଦ୍ ଆଇନ ମନ୍ତ୍ରୀ ଆଇନ ନମାନି ମାହାଙ୍ଗାରେ ଜନଗହଳିପୂର୍ଣ୍ଣ ସଭା ସମିତି କରିବା କେଉଁ ପ୍ରକାର ନିୟମ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସେହିପରି ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ନବରଙ୍ଗପୁରରେ ଦଳୀୟ ବିଧାୟକଙ୍କୁ ଧରି କୋଭିଡ଼୍ ନିୟମ ଭାଙ୍ଗିବା ସହିତ ହେଲିକେପ୍ଟରରେ ଆସିବା ଓ ରାଜ୍ୟ ରାଜକୋଷରୁ ଅର୍ଥ ନଷ୍ଟ କରିବା ଭଳି ମଧ୍ୟ ବହୁତ ଉଦାହରଣ ରହିଛି।

ଗଣତନ୍ତ୍ରରେ ଜାଣିଶୁଣି ଜନପ୍ରତିନିଧିଙ୍କୁ ନାଲି ଆଖି ଦେଖାଇ ଜନ ସମସ୍ୟା ଉଠାଇ ନଦେବା ଏବଂ ଅପରପକ୍ଷରେ ସଙ୍ଗୀନ ଦଫା ଲଗାଇ ଉଭୟ ଜନ ଭାବନାକୁ ଚପାଇ ଦେବାକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିବା ସହ ଏଭଳି ଆଚରଣକୁ ବିଜେପି ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ମହାନ୍ତି ସତର୍କ କରାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos