ବିଜେପୁରରେ କାହାର ପ୍ରସଙ୍ଗ କ’ଣ?

ବରଗଡ଼ (ଓଡ଼ିଶା ରିପୋର୍ଟର): ଭୋଟ୍ ତାରିଖ ଯେତିକି ପାଖଉଛି, ସେତିକି ଉଷ୍ମ ହେଉଛି ବିଜେପୁର ରାଜନୀତି।  ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର୍ କରୁଥିବାବେଳେ ଭୋଟରଙ୍କୁ ମନାଇବା ଲାଗି ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିକାଶ ନାରା ସହ ବିଜେଡି ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ଓ କଂଗ୍ରେସ୍‌ର ମୁଖ୍ୟ  ପ୍ରସଙ୍ଗ ହେଉଛି ଚାଷୀ ଓ ଚାଷ ସମସ୍ୟା। ନେତା, କର୍ମୀ ଓ  ସମର୍ଥକଙ୍କ ଗହଣରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ବିଜେଡିର ରୀତା ସାହୁ। […]

BBBB

Rakesh Mallick
  • Published: Thursday, 08 February 2018
  • , Updated: 08 February 2018, 08:57 PM IST

ବରଗଡ଼ (ଓଡ଼ିଶା ରିପୋର୍ଟର): ଭୋଟ୍ ତାରିଖ ଯେତିକି ପାଖଉଛି, ସେତିକି ଉଷ୍ମ ହେଉଛି ବିଜେପୁର ରାଜନୀତି।  ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର୍ କରୁଥିବାବେଳେ ଭୋଟରଙ୍କୁ ମନାଇବା ଲାଗି ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିକାଶ ନାରା ସହ ବିଜେଡି ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ଓ କଂଗ୍ରେସ୍‌ର ମୁଖ୍ୟ  ପ୍ରସଙ୍ଗ ହେଉଛି ଚାଷୀ ଓ ଚାଷ ସମସ୍ୟା।

ନେତା, କର୍ମୀ ଓ  ସମର୍ଥକଙ୍କ ଗହଣରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ବିଜେଡିର ରୀତା ସାହୁ। ଆଜି ବିଜେପୁର ବ୍ଳକ୍ ଲାଉମୁଣ୍ଡାରେ ପ୍ରଚାର କରିଥିଲେ ସେ। ସାଥୀରେ ଥିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ କ୍ରୀଡ଼ାମନ୍ତ୍ରୀ  ଚନ୍ଦ୍ରସାରଥୀ ବେହେରା। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତ ୧୯ ତାରିଖରେ ବରପାଲିରେ ଓ ୨୧ ତାରିଖରେ ବିଜେପୁରରେ ପ୍ରଚାର କରିବେ।

ଅନ୍ୟପକ୍ଷରେ ଗାଈସିଲଟ୍ ବ୍ଳକ୍‌ର ସିନ୍ଧରାପାଲିରେ ବିଜେପି ପାଇଁ ଆଜି ପ୍ରଚାର କରିଛନ୍ତି ବିଧାୟକ ପ୍ରଦୀପ ପୁରୋହିତ। କଂଗ୍ରେସ୍ ଆସନ୍ତା ଶନିବାରଠାରୁ  ପ୍ରଚାର ମୈଦାନକୁ ଓହ୍ଲାଇବ।

ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହି ତିନି ଦଳର ପ୍ରାର୍ଥୀ କରିଛନ୍ତି ଷ୍ଟ୍ରାଟେଜି।  ବିଜେପୁରର ବିକାଶ ଓ ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ପୂରଣ- ଏହାକୁ ପ୍ରସଙ୍ଗ କରି  ଜନତା ଜନାର୍ଦ୍ଦନଙ୍କ ପାଖକୁ ଯାଉଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ।   ୨୦୦୦ରୁ ୨୦୦୪ ଯାଏଁ ବିଧାୟକ ଥିବା ଅଶୋକ ପାଣିଗ୍ରାହୀ ବି ନିଜ  ଅଧୁରା କାମ ସାରିବାକୁ ଭୋଟ୍‌ ମାଗୁଛନ୍ତି। ଚାଷୀ  ସମସ୍ୟା ବ୍ୟତୀତ ରାଜ୍ୟ ସରକାରଙ୍କ ବିଫଳତା ଓ ମୋଦି ସରକାରଙ୍କ ସଫଳତାକୁ ଅସ୍ତ୍ର କରିଛନ୍ତି ଅଶୋକ। କଂଗ୍ରେସ୍ ପ୍ରାର୍ଥୀ ପ୍ରଣୟ ସାହୁଙ୍କର ମୁଖ୍ୟ ଫୋକସ୍ ରହିଛି ଚାଷ ଓ ଚାଷୀ ପ୍ରସଙ୍ଗ। ବିଶେଷ  କରି ଏଠାକାର କ୍ରମାଗତ ମରୁଡ଼ି ଓ ଜଳସେଚନ ସମସ୍ୟାକୁ ନେଇ  ମୈଦାନକୁ ଓହ୍ଲାଇଛନ୍ତି ପ୍ରଣୟ।

ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥିପତ୍ର  ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ କାଲି ହିଁ  ଚୂଡ଼ାନ୍ତ ତାଲିକା ପ୍ରକାଶ  ପାଇବ।

 

Related story