‘ଓଡ଼ିଶାରେ ଭୋଟ୍ ଗଣତି ପାଇଁ ଅଧିକ ସମୟ ଲାଗିପାରେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ଭୋଟ୍ ଗଣତି ପାଇଁ ଅଧିକ ସମୟ ଲାଗିପାରେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର। ଆଜି ଭୁବନେଶ୍ୱରେରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଭୋଟ୍ ଗଣତି ସଂପର୍କିତ ତାଲିମ୍ ପ୍ରଦାନ ଅବସରରେ ସେ ଏ କଥା କହିଛନ୍ତି। ସିଇଓ କହିଛନ୍ତି,“ଓଡ଼ିଶାରେ ଏକ ସମୟରେ ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ହେବା। ଏଥିପାଇଁ ଦୀର୍ଘ ସମୟ ଲାଗିବ। […]

ceo

ceo

Jitendra Garnayak
  • Published: Monday, 13 May 2019
  • Updated: 13 May 2019, 02:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ଭୋଟ୍ ଗଣତି ପାଇଁ ଅଧିକ ସମୟ ଲାଗିପାରେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର। ଆଜି ଭୁବନେଶ୍ୱରେରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଭୋଟ୍ ଗଣତି ସଂପର୍କିତ ତାଲିମ୍ ପ୍ରଦାନ ଅବସରରେ ସେ ଏ କଥା କହିଛନ୍ତି।

ସିଇଓ କହିଛନ୍ତି,“ଓଡ଼ିଶାରେ ଏକ ସମୟରେ ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ହେବା। ଏଥିପାଇଁ ଦୀର୍ଘ ସମୟ ଲାଗିବ। ୭ଟି ଟେବୁଲ୍‌ରେ ବିଧାନସଭା ଓ ୭ଟି ଟେବୁଲ୍‌ରେ ଲୋକସଭା ଭୋଟ୍ ଗଣତି ହେବ। ତା’ସହିତ ଏଥର ଭିଭିପ୍ୟାଟ୍ ଗଣତି ହେବ। ଗତଥର ଭିଭିପ୍ୟାଟ୍ ଗଣତି ନଥିଲା। ଭିଭିପ୍ୟାଟ୍ ଗଣତି ପାଇଁ ୪୫ ମିନିଟ୍‌ରୁ ୧ ଘଣ୍ଟା ସମୟ ଲାଗିବ। ତେଣୁ ମୋଟାମୋଟି ଭାବେ ଏଠାରେ ଭୋଟ ଗଣତି ପାଇଁ ଅଧିକ ସମୟ ଲାଗିବ।”

ସେ କହିଛନ୍ତି,“ଖରା ଓ ଗରମକୁ ଦୃଷ୍ଟିରେ ରଖି ସବୁ ଗଣତି କେନ୍ଦ୍ରରେ ଏସିର ବ୍ୟବସ୍ଥା କରାଯିବ।”

ଭୁବନେଶ୍ୱରେ ଆଜି ୧୪ ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ୍ ଗଣତି ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଭୋଟ୍ ଗଣତିକୁ କିଭଳି ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରାଯିବ ଏବଂ ଏହି ସମୟରେ ଉପୁଜିବାକୁ ଥିବା ସମସ୍ୟାର ସମାଧାନ କିପରି କରାଯିବ, ସେ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ବାକି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ଆସନ୍ତାକାଲି ଟ୍ରେନିଂ ଦିଆଯିବ।

ମୁଖ୍ୟ ନିର୍ବାଚନ ଅଧିକାରୀ କ’ଣ କହୁଛନ୍ତି, ଶୁଣନ୍ତୁ-

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos