ଆସ୍କା(ମନୋଜ ମୁନୀ): ମର୍ଯ୍ୟାଦା ଓ ମୂଲ୍ୟବୋଧ ହରାଇବାରେ ଲାଗିଛି ପୌରାଣିକ ନାଟକ। ନାଟକରେ ଅଭିନୟ କରୁଥିବା ହନୁମାନ ବେଶଧାରୀ ଯୁବକ ଆଧୁନିକ ଆଲବମ ଗୀତିରେ ନୃତ୍ୟ କରୁଛନ୍ତି। ନାଟକରେ ସୀତା ମାତାଙ୍କୁ ରାବଣ ଚୋରି କରୁଥିବା ଦୃଶ୍ୟରେ ସୀତା ବେଶଧାରୀ ମହିଳା ପୁଷ୍ପକ ବିମାନରେ ବସି ତେଲୁଗୁ ସିନେମା ପୁଷ୍ପାର ଆକ୍ସନ ଓ ଡ୍ୟାନ୍ସ କରୁଛନ୍ତି। ଖାଇଜା ଖାଇଜା ତୁ ଖାଇଜା.. ଆଇଟମ୍ ଗୀତରେ ଜଣେ ନର୍ତ୍ତକୀ ନାଚୁଥିବା ବେଳେ ରାବଣ ସମେତ ଅନ୍ୟାନ୍ୟ ଅସୁର ବେଶଧାରୀ କଳାକାରମାନେ ତାଙ୍କୁ ମଦ୍ୟପାନ କରାଉଛନ୍ତି। ଏଭଳି ନାଟକ ପରିବେଷଣ ଓ ଭାଇରାଲ ଭିଡିଓକୁ ନେଇ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।
ରାମାୟଣ ନାଟକରେ ହନୁମାନ ଭୂମିକାରେ ଅଭିନୟ କରୁଥିବା କଳାକାର ଅଧୁନିକ ଗୀତରେ ନାଚିବାର ଦୃଶ୍ୟ ବ୍ରହ୍ମପୁର ଖୋଡ଼ା ସିଂ ଅଞ୍ଚଳରୁ ଆସିଛି। ଏକ ପୂଜା ଅବସରରେ ଏଠାରେ ରାମାୟଣ ନାଟକ ପରିବେଷଣ ହୋଇଥିଲା। ସେଥିରେ ହନୁମାନ ବେଶ ଧାରୀ କଳାକାର ନର୍ତ୍ତକୀଙ୍କ ସହ ଆଧୁନିକ ନୃତ୍ୟ କରିଛନ୍ତି।
ସେହିପରି ରାମାୟଣ ନାଟକର ଏକ ଦୃଶ୍ୟରେ ରାବଣ ଦରବାରରେ ଚାଲିଛି ନର୍ତ୍ତକୀଙ୍କ ନାଚ। ନର୍ତ୍ତକୀ ଆଧୁନିକ ଗୀତରେ ନାଚ କରିବା ସହ ରାବଣର ଦରବାରରେ ଅସୁରମାନେ ନିଜେ ସୁରାପାନ କରୁଛନ୍ତି। ନର୍ତ୍ତକୀଙ୍କୁ ମଧ୍ୟ ମଦ ପିଆଉଛନ୍ତି। ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁର ନିକଟସ୍ଥ ଟାଟା କଲୋନୀ ପାତ୍ରପୁର ଠାରେ ଏଭଳି ନାଟକ ଚାଲିଥିଲା। ଫୁଲଟା ଡିହସାହି ଗ୍ରାମର ନାଟକ ସଂସ୍ଥା ଏହି ନାଟକ ପରିବେଷଣ କରିଥିବା ଜଣାପଡ଼ିଛି। ଯାହାକୁ ଦର୍ଶକମାନେ ଦେଖୁଛନ୍ତି ଓ ହସୁଛନ୍ତି, ହେଲେ କେହି ବି ବିରୋଧ କରୁନାହାନ୍ତି। ଗତ ୩ ଦିନ ତଳେ ଏହି ନାଟକ ପରିବେଷଣ ହୋଇଛି।
[caption id="attachment_781482" align="aligncenter" width="650"] ହନୁମାନ ବେଶଧାରୀ କଳାକାର ଆଇଟମ୍ ଗୀତରେ ନାଚୁଥିବା ବେଳେ ସୀତା ବେଶଧାରୀ କଳାକାର ପୁଷ୍ପକ ବୀମାନରେ ବସି ପୁଷ୍ପା ଆକ୍ସନ କରୁଛି।[/caption]
ଯାହାକୁ ନେଇ ଏହି ପୌରାଣିକ ନାଟକ ଓ ଏହାର ମୂଲ୍ୟବୋଧ ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଆଇଟମ୍ ଡ୍ୟାନ୍ସକୁ ନେଇ ଲୋକେ ପ୍ରଶ୍ନ ଉଟାଇଛନ୍ତି।
https://youtu.be/o0Xf7LofRlA
ପୂର୍ବରୁ ରାମ୍ ଓ ସୀତା ଅଭିନୟ କରୁଥିବା ଦୁଇ କଳାକାର ଆଧୁନିକ ଗୀତରେ ନାଚ ଘଟଣାକୁ ଚାରି ଆଡୁନିନ୍ଦା କରାଯାଇଥିଲା ବେଳେ ଏବେ ହନୁମାନ ବେଶଧାରୀଙ୍କ ଆଇଟମ୍ ଗୀତରେ ନାଚ ଓ ଷ୍ଟେଜ୍ରେ ଖୁଲମ୍ ଖୁଲା ମଦ୍ୟପାନକୁ ବି ସମାଲୋଚନା କରାଯାଇଛି। ଏହା ପୁରାଣ, ଧର୍ମ ଓ ଭଗବାନଙ୍କ ବିଶ୍ୱାସ ପ୍ରତି କୁଠାରାଘାତ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।
https://youtu.be/XMFBhrieRl8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।