ଆଇଟିଆଇ ଛାତ୍ରଙ୍କୁ ଚାପି ଦେଲା ଟ୍ରକ୍

ବାସୁଦେବପୁର (କିରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ଅଟଳ ବିହାରୀ କଲେଜ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ ରିଙ୍କୁ କୁମାର ସାହୁ। ତାଙ୍କ ଘର ବାସୁଦେବପୁର ଥାନା ବିନାୟକପୁର ଗାଁରେ। ସେ ଅଟଳ ବିହାରୀ ମହାବିଦ୍ୟାଳୟ ନିକଟରେ ଥିବା ସତ୍ୟସାଇ ଆଇଟିଆଇରେ ପଢୁଥିଲେ। ରିଙ୍କୁ ଆଜି ବାଇକରେ କ୍ଲାସ କରିବା ପାଇଁ ଆଇଟିଆଇକୁ ଯାଉଥିବା ବେଳେ ଅଟଳ ବିହାରୀ କଲେଜ ଛକ ନିକଟରେ ଏକ […]

Truck

Jitendra Garnayak
  • Published: Tuesday, 07 December 2021
  • , Updated: 07 December 2021, 12:44 PM IST

ବାସୁଦେବପୁର (କିରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ଅଟଳ ବିହାରୀ କଲେଜ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ମୃତ ଛାତ୍ରଙ୍କ ନାଁ ରିଙ୍କୁ କୁମାର ସାହୁ। ତାଙ୍କ ଘର ବାସୁଦେବପୁର ଥାନା ବିନାୟକପୁର ଗାଁରେ। ସେ ଅଟଳ ବିହାରୀ ମହାବିଦ୍ୟାଳୟ ନିକଟରେ ଥିବା ସତ୍ୟସାଇ ଆଇଟିଆଇରେ ପଢୁଥିଲେ।

ରିଙ୍କୁ ଆଜି ବାଇକରେ କ୍ଲାସ କରିବା ପାଇଁ ଆଇଟିଆଇକୁ ଯାଉଥିବା ବେଳେ ଅଟଳ ବିହାରୀ କଲେଜ ଛକ ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଆଇଟିଆଇ କଲେଜ ଛାତ୍ର ଓ ସ୍ଥାନୀୟ ବାସିନ୍ଦା ବାସୁଦେବପୁର-ଧାମରା ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି। ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ସମ୍ପ୍ରସାରଣ ହେଉଥିବା ବାସୁଦେବପୁର-ଧାମରା ରାସ୍ତା କାମକୁ ତୁରନ୍ତ ଶେଷ କରିବାକୁ ଦାବି କରି ସେମାନେ ଧାରଣାରେ ବସିଛନ୍ତି। ଅତିରିକ୍ତ ତହସିଲଦାର ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Related story