ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ ସସ୍‌ପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଯେଉଁଥିପାଇଁ ତାଙ୍କୁ ଆଜି ସସ୍‌ପେଣ୍ଡ କରାଯାଇଛି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସସ୍‌ପେଣ୍ଡ କରିଛନ୍ତି ନ୍ୟାସନାଲ୍ ଷ୍ଟୁଣ୍ଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ(NSUI)ର ଜାତୀୟ ସମ୍ପାଦକ ମୋତହା ରୋହିତ। ଗତ ୧୨ ତାରିଖରେ ଇତୀଶ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ୍ୟଂଦେହୀ ଡାକରା ଦେଇଥିଲେ। […]

congress-1222-750x430

Manoranjan Sial
  • Published: Sunday, 15 September 2019
  • , Updated: 15 September 2019, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଯେଉଁଥିପାଇଁ ତାଙ୍କୁ ଆଜି ସସ୍‌ପେଣ୍ଡ କରାଯାଇଛି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସସ୍‌ପେଣ୍ଡ କରିଛନ୍ତି ନ୍ୟାସନାଲ୍ ଷ୍ଟୁଣ୍ଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ(NSUI)ର ଜାତୀୟ ସମ୍ପାଦକ ମୋତହା ରୋହିତ।

ଗତ ୧୨ ତାରିଖରେ ଇତୀଶ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ୍ୟଂଦେହୀ ଡାକରା ଦେଇଥିଲେ। ସେ କହିଥିଲେ, ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ। ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ। ଭାଇ ସୌମ୍ୟ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି। ପୁଅ ମାଧ୍ୟମରେ ବେପାର କରୁଛନ୍ତି, ଏହାକୁ ସହ୍ୟ କରାଯିବନି ବୋଲି ଇତୀଶ କହିଥିଲେ।

ଇତୀଶଙ୍କ ଏହି ଆରୋପର କଡ଼ା ପ୍ରତିକ୍ରିୟା ଦେଇଥିଲେ ନିରଞ୍ଜନ। ସେ କହିଥିଲେ, ଇତୀଶ ହତୋତ୍ସାହିତ ହୋଇ ପିଲାଳିଆମି କଥା କହିଛନ୍ତି। ସେ ନିଜେ ଗୋଟିଏ ଜାଗାରୁ ଲଢ଼ିଥିଲେ। ସେଠାରୁ ଯେପରି ଭାବେ ତାଙ୍କୁ ଭୋଟ ମିଳିଛି, ଏଥିପାଇଁ ସେ କାହାକୁ ଦୋଷ ଦେବେ ବୋଲି ନିରଂଜନ ପଟ୍ଟନାୟକ କହିଥିଲେ।

 

Related story