ଇତିଶ୍ରୀ ହତ୍ୟା ମାମଲାରେ ନ୍ୟାୟ ଦାବି କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ରାୟଗଡ଼ା: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲାରେ ରାଜନୀତି ଜୋରଧରିଛି। ଇତିଶ୍ରୀ ହତ୍ୟା ମାମଲାରେ ନ୍ୟାୟ ଦାବି କରି ଆଜି ଜିଲ୍ଲା ବିଜେପି  ଯୁବ ମୋର୍ଚ୍ଚା ପକ୍ଷରୁ ସହରର କପିଳାସ ଛକରେ ବିକ୍ଷୋଭ ପ୍ରଦର୍ଶନ  କରାଯିବା ସହ ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।  ଇତିଶ୍ରୀ ହତ୍ୟା ମାମଲା ପଛରେ  ସୁଧୀର ଦାସଙ୍କ ସମେତ ଶାସକ ଦଳର ବରିଷ୍ଠ ନେତା  ଓ ପ୍ରଶାସନିକ ଅଧିକାରୀଙ୍କ ହାତ ଥିବା […]

rayagrah

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 10:22 AM IST

ରାୟଗଡ଼ା: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲାରେ ରାଜନୀତି ଜୋରଧରିଛି। ଇତିଶ୍ରୀ ହତ୍ୟା ମାମଲାରେ ନ୍ୟାୟ ଦାବି କରି ଆଜି ଜିଲ୍ଲା ବିଜେପି  ଯୁବ ମୋର୍ଚ୍ଚା ପକ୍ଷରୁ ସହରର କପିଳାସ ଛକରେ ବିକ୍ଷୋଭ ପ୍ରଦର୍ଶନ  କରାଯିବା ସହ ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।  ଇତିଶ୍ରୀ ହତ୍ୟା ମାମଲା ପଛରେ  ସୁଧୀର ଦାସଙ୍କ ସମେତ ଶାସକ ଦଳର ବରିଷ୍ଠ ନେତା  ଓ ପ୍ରଶାସନିକ ଅଧିକାରୀଙ୍କ ହାତ ଥିବା ବିଜେପି ଅଭିଯୋଗ କରିଛି। ତେଣୁ ଏହାକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରୁବୋଲି  ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିଲ୍ଲାର ବିଷମକଟକ, ମୁନିଗୁଡ଼ା ଓ ଅମ୍ବାଦୋଳରେ ମଧ୍ୟ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଜେପି ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା କହିଛନ୍ତି, “ଅତୀତରେ ଇତିଶ୍ରୀ ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇଥିଲା। ସେହି ସମୟରେ ବହୁ ଅଫିସର ଓ ରାଜନେତାଙ୍କ ନାଁ ସାମ୍ନାକୁ ଆସିଥିଲା।  କିଛି ଦିନ ପୂର୍ବେ ଇତିଶ୍ରୀ ହତ୍ୟାକାଣ୍ଡରେ  ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଆଜୀବନ କରାଦଣ୍ଡ  ହୋଇଛି। ଆମେ ଏହାକୁ ସ୍ୱାଗତ କରୁଛୁ।  ବିଜେପି ଯୁବ ମୋର୍ଚ୍ଚା  ପ୍ରଶ୍ନ କରୁଛି,  ଇତିଶ୍ରୀ ମୃତ୍ୟୁ ସମୟରେ ଯେଉଁ ଶାସକ ଦଳର ନେତା ଓ ଅଫିସରଙ୍କ ନାମ ନେଇଥିଲେ ସେମାନେ କୁଆଡେ ଗଲେ? ବିଜେଡି  ଜିଲ୍ଲା ସଭାପତି  ସୁଧୀର ଦାସ ଓ  ଭାସ୍କର ବାବୁଙ୍କ ନାଁ ନେତ୍ରାନନ୍ଦ ଦଣ୍ଡସେନା  କାଲି କହିଛନ୍ତି। ଶାସକ ଦଳର ଏହି ଦୁଇ ଜଣ ନେତା ଏହି ଘଟଣାରେ ସଂପୃକ୍ତ ଅଛନ୍ତି।”

Related story