ଯାଞ୍ଚ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର, କେବେ ହେବ ଓ କିଏ କରିବ ପଢ଼ନ୍ତୁ

Ordigital Desk
  • Published: Thursday, 22 March 2018
  • , Updated: 22 March 2018, 07:44 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ତିନି ଠାକୁର ଖୁବ୍&zwnj; ଗହଣା ପ୍ରିୟ। ସେଥିପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହଣ ମହଣ ଅଳଙ୍କାର। କିନ୍ତୁ ଏହି ଭଣ୍ଡାରରେ କେତୋଟି କୋଠରୀ ରହିଛି, କେଉଁ କୋଠରୀରେ କେତେ ହୀରା, ନୀଳା, ମୋତି ମାଣିକ ରହିଛି, ତାହା ଆଜି ବି ଅସ୍ପଷ୍ଟ କୁହାଯାଉଛି। ଶ୍ରୀମନ୍ଦିର ନିର୍ମାଣ ହେବା ପରଠାରୁ ଏହା କେବେ ଖୋଲା ଯାଇନାହିଁ। ରତ୍ନ ଭଣ୍ଡାର ସ୍ଥିତି ଜାଣିବା ପାଇଁ ଏହାର ଯାଞ୍ଚ ଆବଶ୍ୟକ।</p> <p>ବରିଷ୍ଠ ସେବାୟତଙ୍କ କହିବା ଅନୁସାରେ, ୧୯୭୮ ମସିହାରେ ଏହି କୋଠରୀରେ ଥିବା ସ୍ୱର୍ଣ୍ଣ ଅଳଙ୍କାରକୁ ଗଣତି କରାଯାଇଥିଲା। ଯାହାର ଚିଠା ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି। ତେଣୁ ବାସ୍ତବ ସ୍ଥିତି ଅନୁଧ୍ୟାନ ହେବା ନିହାତି ଆବଶ୍ୟକ ଥିବାରୁ ଆଜି ହାଇକୋର୍ଟରେ ଏ ସଂକ୍ରାନ୍ତରେ ଦାଖଲ ହୋଇଛି ସତ୍ୟପାଠ। ଦାବି କରାଯାଇଛି, ଜଗମୋହନ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ବୋଲି ଏଏସ୍ଆଇ ପକ୍ଷରୁ NOC ପ୍ରଦାନ କରାଯାଉ। ରଥଯାତ୍ରା ଭିତରେ ଅନେକ ଯାନିଯାତ୍ରା ଥିବାରୁ, ଜଗମୋହନକୁ ରଥଯାତ୍ରା ପରେ ଭକ୍ତଙ୍କ ପାଇଁ ଖୋଲାଯାଉ। ତା&rsquo;ସହିତ ଏହା ଭିତରେ ଥିବା ଜଗମୋହନ ସଂଲଗ୍ନ ରତ୍ନଭଣ୍ଡାରକୁ ମଧ୍ୟ ଯାଞ୍ଚ କରାଯାଉ। ଯଦି ରତ୍ନ ଭଣ୍ଡାର ସ୍ଥିତି ଦୁର୍ବଳ ଥିବ, ମରାମତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ ବୋଲି ସତ୍ୟପାଠରେ କୁହାଯାଇଛି। ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଆସନ୍ତା ୨୬ ଓ ୨୭ ତାରିଖରେ ଭଣ୍ଡାର ଘର ଯାଞ୍ଚ କରାଯିବା ପରେ ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।</p> <p>ଏପଟେ ରତ୍ନଭଣ୍ଡାର ଯାଞ୍ଚକୁ ନେଇ ବିରୋଧର ସ୍ୱର ଉଠିଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଏସ୍&zwnj;ଆଇ ବର୍ଷ ବର୍ଷ ଧରି ମନ୍ଦିର ନିର୍ମାଣ ଆଳରେ ଅନେକ ମୂଲ୍ୟବାନ ପଦାର୍ଥ ଲୁଟିଛି, ଏବେ ପୁଣି ରତ୍ନଭଣ୍ଡାର ଲୁଟିବାର ଷଡଯନ୍ତ୍ର କରାଯାଇଥିବା ସେନା ଅଭିଯୋଗ କରିଛି। କିନ୍ତୁ ରତ୍ନଭଣ୍ଡାର ସବ୍&zwnj; କମିଟି ତଥା ପରିଚାଳନା ପରିଷଦର ସଦସ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।</p> <p>୨୦୧୪ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ କେତେ ପରିମାଣର ସୁନା, ରୁପା, ମୋତି ଓ ମାଣିକ ରହିଛି ଗଣତି ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ବିରୋଧ ଯୋଗୁଁ ଭଣ୍ଡାର ଖୋଲାଯାଇ ପାରିନଥିଲା। ଏବେ ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।</p>

Related story