ଜଗା ଗାଁକୁ କେବେ ଫେରିବ? କଣ କହିଲେ ଡାକ୍ତର ଶୁଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆଙ୍କ ନର୍ସିଂ କେୟାରର ଆବଶ୍ୟକତା ରହିଛି। ଏହା ଭଲ ଭାବରେ ଓଡ଼ିଶାରେ ହୋଇପାରିବ ବୋଲି ଦିଲ୍ଲୀ ଏମ୍‌ସ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ଜଗା ଓ କାଳିଆଙ୍କୁ ଚିକିତ୍ସା କରିଥିବା ଦିଲ୍ଲୀ ଏମ୍‌ସର ପୂର୍ବତନ ନ୍ୟୁରୋ ସର୍ଜନ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର। ସେ କହିଛନ୍ତି-“ଜଗା ପ୍ରାୟତଃ ସୁସ୍ଥ ହୋଇସାରିଛି। ତେଣୁ ଜଗାକୁ ପୈତୃକ ସ୍ଥାନ ଫୁଲବାଣୀ ପଠାଇବାରେ କୌଣସି ଅସୁବିଧା […]

jaga kalia

Rakesh Mallick
  • Published: Sunday, 25 February 2018
  • , Updated: 25 February 2018, 06:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆଙ୍କ ନର୍ସିଂ କେୟାରର ଆବଶ୍ୟକତା ରହିଛି। ଏହା ଭଲ ଭାବରେ ଓଡ଼ିଶାରେ ହୋଇପାରିବ ବୋଲି ଦିଲ୍ଲୀ ଏମ୍‌ସ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ଜଗା ଓ କାଳିଆଙ୍କୁ ଚିକିତ୍ସା କରିଥିବା ଦିଲ୍ଲୀ ଏମ୍‌ସର ପୂର୍ବତନ ନ୍ୟୁରୋ ସର୍ଜନ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର।

ସେ କହିଛନ୍ତି-“ଜଗା ପ୍ରାୟତଃ ସୁସ୍ଥ ହୋଇସାରିଛି। ତେଣୁ ଜଗାକୁ ପୈତୃକ ସ୍ଥାନ ଫୁଲବାଣୀ ପଠାଇବାରେ କୌଣସି ଅସୁବିଧା ହେବ ନାହିଁ। ତେବେ କାଳିଆକୁ ସଂପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ସମୟ ଲାଗିବ। ତେଣୁ ଓଡ଼ିଶାରେ ଉଭୟଙ୍କୁ ନର୍ସିଂ କେୟାର ମିଳିପାରିବ। ଗତ କିଛି ଦିନ ତଳେ ଜୋଡାମୁଣ୍ଡ ଶିଶୁ ଜଗାକୁ ସ୍ୱତନ୍ତ୍ର ଭାବେ ତିଆରି ହେଲ୍‌ମେଟ୍‌ ପିନ୍ଧା ଯାଇଥିଲା।”

https://youtu.be/kjQhAqnkkdE

Related story