ଜଗମୋହନ ମରାମତି ପ୍ରସଙ୍ଗ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଜଗମୋହନ ତୁରନ୍ତ ମରାମତି କରିବା ପାଇଁ ସୋମବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନବୀନ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଜଗମୋହନ ମରାମତି ଲାଗି ଶ୍ରେଷ୍ଠ ଟିମ୍ ପଠାଇବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଜାନୁଆରୀ ୨୭ ତାରିଖ ଠାରୁ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆରମ୍ଭ ହୋଇଛି। ମରାମତି କାମ […]

jagannath

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 10:25 AM IST

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଜଗମୋହନ ତୁରନ୍ତ ମରାମତି କରିବା ପାଇଁ ସୋମବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନବୀନ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଜଗମୋହନ ମରାମତି ଲାଗି ଶ୍ରେଷ୍ଠ ଟିମ୍ ପଠାଇବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୭ ତାରିଖ ଠାରୁ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଆରମ୍ଭ ହୋଇଛି। ମରାମତି କାମ ଆରମ୍ଭ ପୂର୍ବରୁ ବୈଷୟିକ କମିଟି ଦ୍ୱାରା ଏହାର ଯାଞ୍ଚ କରାଯାଇଛି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଗତ ଫେବୃଆରୀ ୧୭ ତାରିଖରେ ଜଗମୋହନ ମରାମତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।

Related story