ଜଗମୋହନ ସ୍ଥାୟୀ ମରାମତି ନେଇ ଦୁଇ ଦିନ ମଧ୍ୟରେ ହେବ ନିଷ୍ପତ୍ତି

ଭୁବନେଶ୍ୱର: ଶ୍ରୀମନ୍ଦିର ଜଗମୋହନ ଓ ଗର୍ଭଗୃହର ସ୍ଥାୟୀ ମରାମତି ନେଇ ଆଜି ଭୁବନେଶ୍ୱରରେ ବସିଥିବା ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି। ଗତକାଲି ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଥିବା ଟେକ୍‌ନିକାଲ୍‌ ଟିମ୍‌ ବୈଠକରେ  ନିଜ ମତ ସ୍ଥାପନ କରିଥିଲେ। ଏ ସମସ୍ତ ମତାମତକୁ ତର୍ଜମା କରିବା ପରେ  କେଉଁଭଳି ଭାବେ ମରାମତି କରାଯିବ ସେ ନେଇ  ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଜଗମୋହନ ସ୍ଥାୟୀ ମରାମତି କାମ କିଭଳି ହେବ ଓ କେବେ ସରିବ ଦିନେ ଦୁଇ ଦିନ ମଧ୍ୟରେ […]

puri

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 02:30 PM IST

ଭୁବନେଶ୍ୱର: ଶ୍ରୀମନ୍ଦିର ଜଗମୋହନ ଓ ଗର୍ଭଗୃହର ସ୍ଥାୟୀ ମରାମତି ନେଇ ଆଜି ଭୁବନେଶ୍ୱରରେ ବସିଥିବା ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି। ଗତକାଲି ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିଥିବା ଟେକ୍‌ନିକାଲ୍‌ ଟିମ୍‌ ବୈଠକରେ  ନିଜ ମତ ସ୍ଥାପନ କରିଥିଲେ। ଏ ସମସ୍ତ ମତାମତକୁ ତର୍ଜମା କରିବା ପରେ  କେଉଁଭଳି ଭାବେ ମରାମତି କରାଯିବ ସେ ନେଇ  ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଜଗମୋହନ ସ୍ଥାୟୀ ମରାମତି କାମ କିଭଳି ହେବ ଓ କେବେ ସରିବ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ଏଏସ୍‌ଆଇ କର୍ତ୍ତୃପକ୍ଷ କହିଛନ୍ତି।

ଆଜିର ବୈଠକରେ ଏଏସ୍‌ଆଇ ଡିଜି ରାକେଶ ତିୱାରୀ ଓ ଯୁଗ୍ମ ଡିଜିଙ୍କ ସମେତ ଆଇଆଇଟି ମାଡ୍ରାସ, ଆଇଆଇଟି ଖଡ଼ଗପୁର,ରାଜ୍ୟ ପୂର୍ତ୍ତ ବିଭାଗ ଅଧିକାରୀ  ଓ  ଶ୍ରୀମନ୍ଦିର ପ୍ରଶାସକ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Related story