ବାବୁ ସିଂ ଜିଲ୍ଲା ସଭାପତି, ଜଗନ୍ନାଥ କ୍ଷୁବ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପିର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ବାବୁ ସିଂଙ୍କୁ ଆଜି ନିଯୁକ୍ତି ଦିଆଯାଇଛି। ବାବୁ ସିଂହଙ୍କ ନିଯୁକ୍ତିକୁ ନେଇ ଆନୁଷ୍ଠାନିକ ସୂଚନା ଦଳ ପକ୍ଷରୁ ଦିଆଯିବାପରେ ଭୁବନେଶ୍ୱର  ସେଣ୍ଟ୍ରାଲରୁ ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବିଦ୍ରୋହ କରିବେ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଆଜି ପ୍ରେସ୍ ରିଲିଜ୍ ମାଧ୍ୟମରେ ଭୁବନେଶ୍ୱର ବିଜେପି ସାଂଗଠନିକ ଜିଲ୍ଲା ସଭାପତି ଭାବେ ବାବୁ ସିଂ […]

babu-singh

Manoranjan Sial
  • Published: Tuesday, 02 June 2020
  • , Updated: 02 June 2020, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବିଜେପିର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ବାବୁ ସିଂଙ୍କୁ ଆଜି ନିଯୁକ୍ତି ଦିଆଯାଇଛି। ବାବୁ ସିଂହଙ୍କ ନିଯୁକ୍ତିକୁ ନେଇ ଆନୁଷ୍ଠାନିକ ସୂଚନା ଦଳ ପକ୍ଷରୁ ଦିଆଯିବାପରେ ଭୁବନେଶ୍ୱର  ସେଣ୍ଟ୍ରାଲରୁ ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବିଦ୍ରୋହ କରିବେ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଆଜି ପ୍ରେସ୍ ରିଲିଜ୍ ମାଧ୍ୟମରେ ଭୁବନେଶ୍ୱର ବିଜେପି ସାଂଗଠନିକ ଜିଲ୍ଲା ସଭାପତି ଭାବେ ବାବୁ ସିଂ ଓ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଆଡଭୋକେଟ୍ ଦେବେନ୍ଦ୍ର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସୂଚନା ଦେଇଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଦୁଇ ନେତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟରେ୍ ‘ମୁଁ ବର୍ତ୍ତମାନ ବିଜେପିରୁ ଇସ୍ତଫା ଦେବା ପାଇଁ ମନସ୍ଥ କଲି’ ବୋଲି ଲେଖିଥିଲେ। ମାତ୍ର ୧୦ମିନିଟ ପରେ ସେ ଏହି ପୋଷ୍ଟକୁ ନିଜ ଫେସବୁକ୍ ଆକାଉଣ୍ଟରୁ ଡିଲିଟ୍ କରିଦେଇଥିଲେ।  ଶ୍ରୀ ପ୍ରଧାନ ମଧ୍ୟ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବନି ବୋଲି ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ବାବୁ ସିଂଙ୍କ ନିଯୁକ୍ତିକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଛନ୍ତି। ମାତ୍ର ଦଳର ବରିଷ୍ଠ ନେତାମାନେ ତାଙ୍କୁ ବୁଝାସୁଝା କରି ତାଙ୍କ ଅସନ୍ତୋଷକୁ ଦୂର କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି।

Related story