୧୯୭୦ ମସିହାରୁ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି!

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି ନେଇ ସୂଚନା ଅଧିକାର ଆଇନ(ଆରଟିଆଇ)ରୁ ମିଳିଛି ସାଙ୍ଘାତିକ ତଥ୍ୟ। ଆର୍‌ଟିଆଇ ତଥ୍ୟ ଅନୁସାରେ ୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାରର ଚାବି। ଗୁରୁବାର ଜିଲ୍ଲା କୋଷାଗାରରୁ ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କୁ ମିଳିଥିବା ଚିଠିରୁ ଏହି ସାଙ୍ଘାତିକ ତଥ୍ୟ ମିଳିଛି। ଚାବି ନେଇ ଜିଲ୍ଲା କୋଷାଗାରକୁ ତଥ୍ୟ ମାଗିଥିଲେ ଦିଲ୍ଲୀପ ବରାଳ। ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି, ଚାବି ନଥିବା ନେଇ ତତ୍କାଳୀନ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏ ସମ୍ପର୍କରେ […]

jagannath-temple

Manoranjan Sial
  • Published: Friday, 19 November 2021
  • , Updated: 19 November 2021, 11:01 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି ନେଇ ସୂଚନା ଅଧିକାର ଆଇନ(ଆରଟିଆଇ)ରୁ ମିଳିଛି ସାଙ୍ଘାତିକ ତଥ୍ୟ। ଆର୍‌ଟିଆଇ ତଥ୍ୟ ଅନୁସାରେ ୧୯୭୦ ମସିହାରୁ ନାହିଁ ରତ୍ନଭଣ୍ଡାରର ଚାବି। ଗୁରୁବାର ଜିଲ୍ଲା କୋଷାଗାରରୁ ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କୁ ମିଳିଥିବା ଚିଠିରୁ ଏହି ସାଙ୍ଘାତିକ ତଥ୍ୟ ମିଳିଛି। ଚାବି ନେଇ ଜିଲ୍ଲା କୋଷାଗାରକୁ ତଥ୍ୟ ମାଗିଥିଲେ ଦିଲ୍ଲୀପ ବରାଳ।

ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି, ଚାବି ନଥିବା ନେଇ ତତ୍କାଳୀନ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏ ସମ୍ପର୍କରେ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ପୂର୍ବତନ ଜିଲ୍ଲାପାଳଙ୍କୁ ତତ୍କାଳୀନ ଜିଲ୍ଲା କୋଷାଧ୍ୟକ୍ଷ ଚିଠି ଲେଖି ଅବଗତ କରାଇଥିଲେ। ଠିକ୍‌ ସେମିତି ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ଏନେଇ ସେହି ସମୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ।

ଆର୍‌ଟିଆଇ କର୍ମୀ ଦିଲ୍ଲୀପ କୁମାର ବରାଳଙ୍କ କହିବା କଥା, ଯଦି ଭିତର ରତ୍ନଭଣ୍ଡାରର ଚାବି ନଥିଲା, ତାହାହେଲେ ଖୋଲିବାକୁ ଯାଇଥିଲେ କାହିଁକି? ଚାବି ନଥିବାରୁ ଏମାନେ ବାହାର ରତ୍ନଭଣ୍ଡାରକୁ ଯାଇ ଭିତର ରତ୍ନଭଣ୍ଡାରକୁ ଦୂରରୁ ଦେଖି ଚାଲି ଆସିଲେ। ଯଦି ଭିତର ରତ୍ନଭଣ୍ଡାର ଚାବି ନଥିବାରୁ ଯାଇପାରିଲେ ନାହିଁ, ତେଣୁ ସେମାନେ କାହିଁକି ରତ୍ନଭଣ୍ଡାର ରେଜିଷ୍ଟ୍ରାରରେ ଲେଖିଲେ ନାହିଁ ବୋଲି ଦିଲ୍ଲୀପ ପ୍ରଶ୍ନ କରିଛନ୍ତି।

ଚାବି ହଜିବା ନେଇ ଖୋଳତାଡ଼ ଚାଲିଥିବା ବେଳେ ହଠାତ୍‌ ଜିଲ୍ଲା ରେକର୍ଡ ରୁମ୍‌ରୁ ନକଲି ଚାବି ପାଇଲେ ପୂର୍ବତନ ଜିଲ୍ଲାପାଳ। ସେ ନେଇ ମଧ୍ୟ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା। ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ପାଇଁ ରେକର୍ଡ ରୁମ୍‌କୁ ଆର୍‌ଟିଆଇ କର୍ମୀ ଦିଲ୍ଲୀପ ତଥ୍ୟ ମାଗିଥିଲେ।

ରେକର୍ଡ ରୁମ୍‌ ତଥ୍ୟ କହିଲା, ଅସଲି କିମ୍ୱା ନକଲି ଚାବି ଜମା ହେବାର କିଛି ପ୍ରମାଣ ଆମ ପାଖରେ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି ଜିଲ୍ଲାପାଳ ନକଲି ଚାବି ପାଇଲେ କେଉଁଠୁ? ଯେଉଁ ଚାବି ୨୦୧୮ ମସିହା ଅଗଷ୍ଟ ୬ ତାରିଖରେ ପାଇ ଜମା କରିଥିଲେ, ସେହି ଚାବିରେ ଭିତର ରତ୍ନଭଣ୍ଡାର ଖୋଲି କାହିଁକି ମରାମତି କରାଇଲେ ନାହିଁ ବୋଲି ଦିଲ୍ଲୀପ ପ୍ରଶ୍ନ କରିଛନ୍ତି।

Related story