ଏହି ମନ୍ଦିରରେ ଭଜନ ସମାରୋହ ଉପରେ ଲାଗିଲା ଅଙ୍କୁଶ

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ଜାଗରଯାତ୍ରା।   ମହାଶିବରାତ୍ରି ପାଇଁ ମଧ୍ୟ ଅନେକ କଟକଣା ରହିଛି। ମନ୍ଦିରକୁ ବାହାର ଦୀପ ଦୋକାନୀ ଆସିପାରିବେ ନାହିଁ । ଭଜନ ସମାରୋହ ଉପରେ କଟକଣା ଜାରି କରାଯାଇଛି । ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାତାମୂଳକ ରହିଛି। ଜାଗର ଯାତ୍ରା ଦିନ ରାତ୍ର ୧୨ଟା ପରିବର୍ତ୍ତେ […]

Lokanath Temple

Niharika Rout
  • Published: Wednesday, 10 March 2021
  • , Updated: 10 March 2021, 11:29 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ଜାଗରଯାତ୍ରା।   ମହାଶିବରାତ୍ରି ପାଇଁ ମଧ୍ୟ ଅନେକ କଟକଣା ରହିଛି।

ମନ୍ଦିରକୁ ବାହାର ଦୀପ ଦୋକାନୀ ଆସିପାରିବେ ନାହିଁ । ଭଜନ ସମାରୋହ ଉପରେ କଟକଣା ଜାରି କରାଯାଇଛି । ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାତାମୂଳକ ରହିଛି।

ଜାଗର ଯାତ୍ରା ଦିନ ରାତ୍ର ୧୨ଟା ପରିବର୍ତ୍ତେ ଭୋର ୪ ଟାରୁ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୨ଟା ପର୍ଯ୍ୟନ୍ତ ଚାଲିବ ।  ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଗତ  ୯ ତାରିଖରେ କୋଭିଡ କଟକଣା ଭିତରେ ପଙ୍କଉଦ୍ଧାର ପାଳିତ ହୋଇଥିଲା। ମୁଖ୍ୟତଃ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିଲା। ବର୍ଷକରେ ଗୋଟିଏ ଦିନ ପଙ୍କଉଦ୍ଧାର ଏକାଦଶୀ ଦିନ ମାନସିକଧାରୀ ଓ ଶ୍ରଦ୍ଧାଳୁ ଗମ୍ଭୀରାକୁ ଯାଇ ଶ୍ରୀଲୋକନାଥଙ୍କ ଦର୍ଶନର ସୁଯୋଗ ପାଇଥାନ୍ତି। ଚଳିତ ବର୍ଷ କିନ୍ତୁ ଭକ୍ତଙ୍କୁ ଏହି ସୁଯୋଗ ମିଳିଲା ନାହିଁ।

Related story