ଜଗତସିଂହପୁର: ବିରିଡ଼ିରେ କୃଷିମନ୍ତ୍ରୀଙ୍କୁ ବିରୋଧ, ୫ ଅଟକ

ଜଗତସିଂହପୁର:ଜଗତସିଂହପୁର ବିରିଡ଼ିରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ। କୃଷିମନ୍ତ୍ରୀଙ୍କ ଗାଡ଼ି ଆଗରେ ରାସ୍ତା ରୋକିବାକୁ ଯାଇ ବିକ୍ଷୋଭକାରୀମାନେ ଶୋଇ ପଡିଥିଲେ। ଘଟଣାରେ ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି। କୃଷିମନ୍ତ୍ରୀ ଆଜି କଣ୍ଟିଲୋରେ ଏକ ଶିଶୁ ମହୋତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ବିରିଡି ନିକଟରେ ଏହି ଘଟଣା ଘଟିଛି। ଏହି ସମୟରେ ପୋଲିସ୍ ସହ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୋଲିସ୍ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ […]

maharathy

Rakesh Mallick
  • Published: Saturday, 14 November 2015
  • , Updated: 15 November 2015, 07:26 AM IST

ଜଗତସିଂହପୁର:ଜଗତସିଂହପୁର ବିରିଡ଼ିରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ। କୃଷିମନ୍ତ୍ରୀଙ୍କ ଗାଡ଼ି ଆଗରେ ରାସ୍ତା ରୋକିବାକୁ ଯାଇ ବିକ୍ଷୋଭକାରୀମାନେ ଶୋଇ ପଡିଥିଲେ। ଘଟଣାରେ ପୋଲିସ୍ ୫ ଜଣଙ୍କୁ ଅଟକ ରଖିଛି। କୃଷିମନ୍ତ୍ରୀ ଆଜି କଣ୍ଟିଲୋରେ ଏକ ଶିଶୁ ମହୋତ୍ସବରେ ଯୋଗ ଦେଇ ଫେରୁଥିବା ବେଳେ ବିରିଡି ନିକଟରେ ଏହି ଘଟଣା ଘଟିଛି। ଏହି ସମୟରେ ପୋଲିସ୍ ସହ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୋଲିସ୍ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ ଘଉଡ଼ାଇବା ସମୟରେ ଜଣେ ଚାଷୀ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ କୃଷିମନ୍ତ୍ରୀଙ୍କୁ କିଛିଦିନ ତଳେ ବଲାଙ୍ଗିରରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

Related story