୪ ଅପହର୍ତ୍ତାଙ୍କୁ ଧରିଲା ପୁଲିସ, ମାଷ୍ଟରମାଇଣ୍ଡ ଫେରାର୍‌

ଜଗତସିଂହପୁର (ଶଶାଙ୍କ ପଣ୍ଡା): ହାଟ ସାରି ସାର୍‌ ଘରକୁ ଫେରିଥିଲେ। ଅଧା ରାସ୍ତାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଉଠାଇ ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ  ପୁଲିସ ୪ ଶିକ୍ଷକ ଅପହର୍ତ୍ତାଙ୍କୁ ଧରିବାରେ ସଫଳ ହୋଇଛି। ହେଲେ ଏବେ ମଧ୍ୟ ମାଷ୍ଟରମାଇଣ୍ଡ ସହ ୩ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ଡିସେମ୍ବର ୨ ତାରିଖ ରାତି ପ୍ରାୟ […]

jagatsinghpur

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 05:16 PM IST

ଜଗତସିଂହପୁର (ଶଶାଙ୍କ ପଣ୍ଡା): ହାଟ ସାରି ସାର୍‌ ଘରକୁ ଫେରିଥିଲେ। ଅଧା ରାସ୍ତାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଉଠାଇ ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ  ପୁଲିସ ୪ ଶିକ୍ଷକ ଅପହର୍ତ୍ତାଙ୍କୁ ଧରିବାରେ ସଫଳ ହୋଇଛି। ହେଲେ ଏବେ ମଧ୍ୟ ମାଷ୍ଟରମାଇଣ୍ଡ ସହ ୩ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏପରି ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି।

ଡିସେମ୍ବର ୨ ତାରିଖ ରାତି ପ୍ରାୟ ୯ଟା ବେଳେ ତିର୍ତ୍ତୋଲ ଥାନା ଏରଡ଼ଙ୍ଗା ଗାଁର ଶିକ୍ଷକ ରବି ନାରାୟଣ ମିଶ୍ର ନାଲିବର ବଜ଼ାରରୁ ଘରକୁ ଫେରୁଥିଲେ। ଏହି ସମୟରେ ୬ରୁ ୭ ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ। ପରେ ତାଙ୍କୁ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ପରିବାର ଲୋକେ ୪ ଲକ୍ଷ ଟଙ୍କା ଦେବାପରେ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଛାଡିଥିଲେ ଅପହରଣକାରୀ। ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବା ପରେ ପରିବାର ଲୋକେ ଏନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଅଭିଯୁକ୍ତଙ୍କଠାରୁ ୫୦ ହଜ଼ାର ଟଙ୍କା ଏବଂ ଅପହରଣ ସମୟରେ ବ୍ୟବହାର ହୋଇଥିବା ଗାଡିକୁ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ୱଜିତ ପାତ୍ର, ପ୍ରତାପ ମହାନ୍ତି, ସୂର୍ଯ୍ୟକାନ୍ତ ମହାନ୍ତି ଓ ତପନ କୁମାର ଦାସ। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ଓ ତାଙ୍କର ୩ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story