କଏଦୀଙ୍କୁ ଯୋଗାଉଥିଲେ ନିଶା ଦ୍ରବ୍ୟ, ନିଲମ୍ବିତ ହେଲେ ଜେଲ୍‌ ୱାର୍ଡର

ମାଲକାନଗିରି(ଜିତେନ୍ଦ୍ର ବେଉରା): କ୍ଷେତ ଖାଉଛି ବାଡ଼ । ଅର୍ଥାତ ଯିଏ ଆକଟ କରିବା କଥା, ସିଏ ହିଁ  ଦେଉଛି ପ୍ରୋତ୍ସାହନ । ଜେଲ୍‌ ଭିତରକୁ ନିଶା ଦ୍ରବ୍ୟ ବାରଣ ଥିବା ବେଳେ   ମାଲକାନଗିରି ଉପ କାରାଗାରରେ ଦେଖିବାକୁ ମିଳୁଛି ଓଲଟା ଚିତ୍ର। ଅର୍ଥାତ କଏଦୀମାନେ ଆବଶ୍ୟକ ମୁତାବକ ନିଶା ସାମଗ୍ରୀ ପାଉଥିବା ବେଳେ ଏହାକୁ ଯୋଗାଉଛନ୍ତି ଖୋଦ ଜେଲ୍‌ର ଜଣେ କର୍ମଚାରୀ। ଏପରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ରୀତା ମାଡ଼ିଆ ନାମ୍ନୀ ମହିଳା ୱାର୍ଡରଙ୍କୁ ଚାକିରିରୁ […]

jail

  • Published: Monday, 31 October 2022
  • , Updated: 31 October 2022, 01:56 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): କ୍ଷେତ ଖାଉଛି ବାଡ଼ । ଅର୍ଥାତ ଯିଏ ଆକଟ କରିବା କଥା, ସିଏ ହିଁ  ଦେଉଛି ପ୍ରୋତ୍ସାହନ । ଜେଲ୍‌ ଭିତରକୁ ନିଶା ଦ୍ରବ୍ୟ ବାରଣ ଥିବା ବେଳେ   ମାଲକାନଗିରି ଉପ କାରାଗାରରେ ଦେଖିବାକୁ ମିଳୁଛି ଓଲଟା ଚିତ୍ର। ଅର୍ଥାତ କଏଦୀମାନେ ଆବଶ୍ୟକ ମୁତାବକ ନିଶା ସାମଗ୍ରୀ ପାଉଥିବା ବେଳେ ଏହାକୁ ଯୋଗାଉଛନ୍ତି ଖୋଦ ଜେଲ୍‌ର ଜଣେ କର୍ମଚାରୀ। ଏପରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ରୀତା ମାଡ଼ିଆ ନାମ୍ନୀ ମହିଳା ୱାର୍ଡରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ମାଲକାନଗିରି ଉପ କାରାଗାରରେ ବହୁ ମାତ୍ରାରେ ନିଶା କାରବାର ହେଉଥିବା ଅଭିଯୋଗ ହେଉଥିଲା। ଏହା ଉପରେ ତୀକ୍ଷଣ ନଜର ରଖିଥିଲେ ଜେଲ୍‌ ସୁପରିଟେଣ୍ଟେଣ୍ଡ । ଏପରିକି ସିସିଟିଭି ଫୁଟେଜକୁ କଡ଼ାକଡ଼ି ଯାଞ୍ଚ ପରେ ପଦାକୁ ଆସିଲା ସତ ।

ସିସିଟିଭି ଫୁଟେଜରେ ରୀତା ମାଡ଼ିଆ  ନିଶା ଦ୍ରବ୍ୟ ନେଇ ଜେଲ୍‌ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହା ବଦଳରେ ସେ ମୋଟା ଅଙ୍କର ଅର୍ଥ ବି ଆଦାୟ କରୁଥିଲେ। ଯାଞ୍ଚ ସମୟରେ ସବୁ ସତ ପଦାକୁ ଆସିଲା। ତେଣୁ ଚାକିରିରୁ ରୀତାଙ୍କୁ ନିଲମ୍ବନ କରିଛନ୍ତି ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ।

Related story