ଭୁବନେଶ୍ୱର: ବେଶ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ଥିଲା ସୁରେନ୍ଦ୍ର ମିଶ୍ରଙ୍କର । ଭଙ୍ଗା ସାଇକେଲରୁ ପୁରୋହିତ କାମ ଆରମ୍ଭ କରିଥିବା ସୁରେନ୍ଦ୍ର ଅଳ୍ପ କିଛି ବର୍ଷରେ କୋଟି କୋଟି ଟଙ୍କାର ମାଲିକ ବନି ଯାଇଥିଲେ । କେଉଁଠୁ ଆସିଲା ସୁର ବାବାଙ୍କ ପାଖକୁ ଏତେ ପରିମାଣର ଟଙ୍କା ତାହା ଏବେ ତଦନ୍ତ ସାକ୍ଷେପ । ସୁରେନ୍ଦ୍ର ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲେ । ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚ କରି ଆଶ୍ରମ ପରିସରରେ ସୁରେନ୍ଦ୍ରଙ୍କ ପାଇଁ ପୋଖରୀ ଖାଳାଯାଇଥିଲା । ଏଥିରେ ସୁରେନ୍ଦ୍ର ନୌବିହାରର କରୁଥିଲେ । ଜମି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କ। ରୋଜଗାର କରିଥିଲେ ସୁରେନ୍ଦ୍ର ଓ ତାଙ୍କ ପରିବାର। ଆଶ୍ରମ ପରିସରରେ ସୃଷ୍ଟି ହୋଇଥିଲା ତ୍ରାହି ଅଚ୍ୟୁତ ନଗର।
ଆଶ୍ରମ ପରିସରରେ ଥିବା ପୋଖରୀରେ ସନ୍ଧ୍ୟାରେ ସୁରେନ୍ଦ୍ର କରୁଥିଲେ ନୌବିହାର । ଖାଲି ସେତିକି ନୁହେଁ, ପୋଖରୀ ଚାରିପଟେ ଟୟଟ୍ରେନ ବୁଲୁ ଥିଲା । ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚରେ ନିର୍ମାଣ ହୋଇଛି ଏହି ନୌବିହାର। ୱାଟର ପ୍ୟୁରିଫ।ୟର ବି ଏଥିରେ ଲାଗିଛି । ଆଶ୍ରମ ଭିତରେ ରହିଛି ୫ରୁ ଅଧିକ ବିରାଟ ମନ୍ଦିର। ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ଯଜ୍ଞମଣ୍ଡପ । ଏହି ସବୁ ମନ୍ଦିର ପାଇଁ ଲକ୍ଷ ଲକ୍ଷ ଟଙ୍କ। ଖର୍ଚ୍ଚ ହୋଇଥିଲା। ସେପଟେ ଆଶ୍ରମର ଆୟର ମାଧ୍ୟମ ଥିଲା ପ୍ରତି ଲୋକଙ୍କଠାରୁ ଟିକେଟ୍ ବାବଦରେ ଆଦାୟ ହେଉଥିବା ୧୫ ଟଙ୍କ। । ତେବେ କୋଟି କୋଟି ଟଙ୍କ। ଆସିଲା କେଉଁଠି, କିଭଳି ନିର୍ମାଣ ହେଲା ସୁର ସାମ୍ରାଜ୍ୟ। ଆଉ ଏହି ବଡ଼ ବିଲ୍ଡିଂରେ ରହୁଥିଲେ ନିଜେ ସୁରେନ୍ଦ୍ର । ଯେଉଁଠି ଥିଲା ସବୁ ଅତ୍ୟାଧୁନିକ ବ୍ୟବସ୍ଥା।
ଆଶ୍ରମ ମଧ୍ୟରେ ଥିବା ଅଚ୍ୟୁତ ନଗର ସହରଠାରୁ କମ ଗୁଣରେ ନ ଥିଲା । ସବୁ ଘରର ରଙ୍ଗ ରହିଛି ଧଳା ଓ ଲାଲ୍। ସୁରେନ୍ଦ୍ର ଜମି ବିକ୍ରି କରିଥିଲେ ଆଉ ଲୋକ ସେଠାରେ ଘର କରି ରହୁଥିଲେ । ଏହି ଅଚ୍ୟୁତ ନଗରରେ ରହିଛି ମାର୍କେଟ୍ କମ୍ପ୍ଲେକ୍ସ ଓ ରହିବା ପାଇଁ ଲଜ୍ । ଖାଲି ସେତିକି ନୁହେଁ, ସୁରେନ୍ଦ୍ରଙ୍କ ଥିଲା ନିଜସ୍ୱ ସୁରକ୍ଷା ବାହିନୀ। ଯାହା ରେଡ୍ ବାହିନୀ ଭାବେ ଜଣାଶୁଣି। ଏଥିରେ ୫୦ରୁ ଅଧିକ ସଦସ୍ୟ ଥିଲେ।