ଯାଜପୁର: କଳ୍ପତରୁଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ ପ୍ରଣବ ବଳବନ୍ତରାୟ

ଯାଜପୁର: ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କର ଶେଷ କୃତ୍ୟ ତାଙ୍କ ଜନ୍ମମାଟି ଯାଜପୁର ଜିଲ୍ଲା  ଭୋଟକା ଗାଁରେ ସମ୍ପନ୍ନ ହୋଇଯାଇଛି। ତାଙ୍କ ବଡ ପୁଅ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ମୁଖାଗ୍ନି ଦେଇଥିଲେ।  ୬୭ ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଥିଲା । କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏମସରେ ସୋମବାରଠାରୁ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଥିଲା ତାଙ୍କ […]

kalpataru

Rakesh Mallick
  • Published: Sunday, 26 July 2015
  • , Updated: 26 July 2015, 01:45 PM IST

ଯାଜପୁର: ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କର ଶେଷ କୃତ୍ୟ ତାଙ୍କ ଜନ୍ମମାଟି ଯାଜପୁର ଜିଲ୍ଲା  ଭୋଟକା ଗାଁରେ ସମ୍ପନ୍ନ ହୋଇଯାଇଛି। ତାଙ୍କ ବଡ ପୁଅ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ମୁଖାଗ୍ନି ଦେଇଥିଲେ।  ୬୭ ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଥିଲା । କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏମସରେ ସୋମବାରଠାରୁ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଆଜି ମଧ୍ୟାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଥିଲା ତାଙ୍କ ମରଶରୀର। ବିମାନ ବନ୍ଦରରେ ମରଶରୀର ପହଞ୍ଚିବା ପରେ ଏକ ସୁ-ସଜ୍ଜିତ ଗାଡିରେ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଦଳର ଅନ୍ୟ ନେତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।

ସ୍ୱର୍ଗତ ଦାସ ୨୦୧୪ ରେ ବିଜେଡିର ରାଜ୍ୟସଭା ସାଂସଦ ହୋଇଥିଲେ । ରାଜ୍ୟସଭାକୁ ନିର୍ବାଚିତ ହେବା ପୂର୍ବରୁ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ। ଏଥିସହିତ ବିଭିନ୍ନ ସମୟରେ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଥିଲେ। ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ସେ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ରେ ଜନତା ଦଳ ଟିକଟରେ ଏବଂ ୨୦୦୦ ମସିହାରୁ ଲଗାତାର ୩ ଥର ବିଜେଡି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୪୮ ଫେବୃୟାରୀ ୭ ତାରାଖରେ ସେ ଯାଜପୁର ଜିଲ୍ଲା ଭୋଟକାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର  ପତ୍ନୀ ଓ ୩ ପୁଅ ଅଛନ୍ତି । ପୁଅ ପ୍ରଣବ ବଳବନ୍ତରାୟ ଏବେ ଧର୍ମଶାଳା ବିଧାନସଭା ଆସନରୁ ବିଧାୟକ ଅଛନ୍ତି ।

ସ୍ୱର୍ଗତ କଳ୍ପତରୁ ଦାସ ୧୯୯୭ରେ ବିଜେଡିରେ ଯୋଗଦେଇଥିଲେ । ସେ ୧୯୭୭-୮୦ ମଧ୍ୟରେ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଥିଲେ । ୧୯୮୦-୮୫ ବିଜେପିର ରାଜ୍ୟ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ । ୧୯୮୫-୮୭ ଧର୍ମଶାଳା ଜନତା ଦଳ ସଭାପତି ଥିଲେ । ୧୯୮୭-୯୦ ଜନତା ଦଳର କଟକ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ୧୯୯୦-୯୫ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ସ୍ୱର୍ଗତ କଳ୍ପତରୁ ଦାସ କାର୍ଯ୍ୟ ତୁଲାଇଥିଲେ । ୧୯୯୫-୯୮ରେ ସେ ଜନତା ଦଳର ଯାଜପୁର ଜିଲ୍ଲା ସଭାପତି ରହିଥିଲେ । ୧୯୯୭ରେ ସେ ବିଜେଡିରେ ସାମିଲ ହୋଇଥିଲେ । ୧୯୯୮ରେ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

Related story