ଯାଜପୁରରେ ଅପରେସନ ମୁସକାନ: ୩୦ ଶିଶୁ ଶ୍ରମିକ ଉଦ୍ଧାର

ଯାଜପୁର: ଶିଶୁ ଶ୍ରମିକ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ଦ୍ୱାରା ଅପରେସନ ମୁସକାନ କାର୍ଯ୍ୟକ୍ରମରେ ମଙ୍ଗଳବାର ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଚଣ୍ଡିଖୋଲ ଓ ଛତିଆ ବଜାରରେ ଥିବା ବିଭିନ୍ନ ଢାବା ,ହୋଟେଲ, ଦୋକାନ ଗୁଡ଼ିକରେ ଚଡ଼ାଉ କରି କରି ୩୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଏହି ଶିଶୁ ଶ୍ରମିକଙ୍କ ବୟସ ୬ ରୁ ୧୩ବର୍ଷ ମଧ୍ୟରେ ହୋଇଥିବା ବେଳେ ଏମାନେ ଯାଜପୁର, କଟକ, କେଉଁଝର, […]

child labour resue from jajpur

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 11:18 AM IST

ଯାଜପୁର: ଶିଶୁ ଶ୍ରମିକ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ଦ୍ୱାରା ଅପରେସନ ମୁସକାନ କାର୍ଯ୍ୟକ୍ରମରେ ମଙ୍ଗଳବାର ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଚଣ୍ଡିଖୋଲ ଓ ଛତିଆ ବଜାରରେ ଥିବା ବିଭିନ୍ନ ଢାବା ,ହୋଟେଲ, ଦୋକାନ ଗୁଡ଼ିକରେ ଚଡ଼ାଉ କରି କରି ୩୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଏହି ଶିଶୁ ଶ୍ରମିକଙ୍କ ବୟସ ୬ ରୁ ୧୩ବର୍ଷ ମଧ୍ୟରେ ହୋଇଥିବା ବେଳେ ଏମାନେ ଯାଜପୁର, କଟକ, କେଉଁଝର, ମୟୁରଭଞ୍ଜ ଜିଲ୍ଲା ଓ ଝାରଖଣ୍ଡ ଅଞ୍ଚଳର ହୋଇଥିବା ପୋଲିସ ସୁଚନା ଦେଇଛି। ଏମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ସେମାନଙ୍କ ପରିବାର ଜିମା କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଯାଜପୁର ଜିଲ୍ଲା ଶିଶୁ ମଙ୍ଗଳ କେନ୍ଦ୍ରରେ ଛଡ଼ା ଯାଇଥିବା ଜଣାଯାଇଛି।

Related story