୧୧ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ପୁଲିସ ୧୧ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ନଗଦ  ୫ ଲକ୍ଷ ୮୯ ହଜାର ଶହେ ଟଙ୍କା, ୭୬ ଗ୍ରାମ ସୁନା, ୧୨ କେଜି ରୁପା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର, ୧୧ଟି ମୋଇବାଇ, ୪ଟି ବାଇକ ଜବତ ହୋଇଛି। ଗତ ୬ ତାରିଖରେ ଧର୍ମଶାଳା ଥାନା ବ୍ରହ୍ମବରଦାରେ ଜଣେ ଗହଣା ବ୍ୟବସାୟୀ […]

jajpur

Manoranjan Sial
  • Published: Saturday, 17 October 2020
  • , Updated: 17 October 2020, 10:13 PM IST

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ପୁଲିସ ୧୧ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ନଗଦ  ୫ ଲକ୍ଷ ୮୯ ହଜାର ଶହେ ଟଙ୍କା, ୭୬ ଗ୍ରାମ ସୁନା, ୧୨ କେଜି ରୁପା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର, ୧୧ଟି ମୋଇବାଇ, ୪ଟି ବାଇକ ଜବତ ହୋଇଛି।

ଗତ ୬ ତାରିଖରେ ଧର୍ମଶାଳା ଥାନା ବ୍ରହ୍ମବରଦାରେ ଜଣେ ଗହଣା ବ୍ୟବସାୟୀ ଦୋକାନବନ୍ଦ କରି ବାଇକରେ ଘରକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଡକାୟତ ଭୁଜାଲିରେ ତାଙ୍କୁ ଆକ୍ରମଣ କରି ସୁନା, ରୁପା ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହି ଘଟଣାରେ ପୁଲିସ କଟକ, କେନ୍ଦ୍ରାପଡ଼ା ଓ ଅନ୍ୟ ଜିଲ୍ଲାରେ ଚଢ଼ଉ କରି ୧୧ ଜଣ ଡକାୟତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ସମସ୍ତ ଗିରଫ ଡକାୟତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଯାଜପୁର ଏସ୍‌ପି ଚରଣ ସିଂ ମୀନା କହିଛନ୍ତି।

Related story