ଯାଜପୁର: ପୂର୍ବତନ ମୁଖ୍ୟ ଶାସନ ସଚିବ ହଡପ କରିଥିବା ୭୦ ଏକର ଜମି ସରକାରଙ୍କ ଅଧୀନକୁ ଯିବ

ଯାଜପୁର: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ ହଡପ କରିଥିବା ୭୦ ଏକର ଜମି ରାଜ୍ୟ ସରକାରଙ୍କ ଅଧୀନକୁ ଫେରିବ। ଏହି ମାମଲାର ବିଚାର କରି ଲ୍ୟାଣ୍ଡ ରେକର୍ଡସ ଓ ବନ୍ଦୋବସ୍ତ କମିଶନର ଅଶୋକ କୁମାର ତାରେଣିଆ ଏହି ଜମିକୁ ସରକାରୀ ଅନାବଦୀ ଖାତାକୁ ଫେରାଇ ଆଣିବା ପାଇଁ ଆଦେଶ ଦେଇଛନ୍ତି। ଯାଜପୁର ଦାନଗଦି ଶଳିଜଙ୍ଗ।ରେ ଥିବା ୭୦ ଏକର ଜମିକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାଶ ହଡ଼ପ କରିନେଇଥିଲେ।  […]

land

Rakesh Mallick
  • Published: Monday, 16 November 2015
  • , Updated: 16 November 2015, 04:25 PM IST

ଯାଜପୁର: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ ହଡପ କରିଥିବା ୭୦ ଏକର ଜମି ରାଜ୍ୟ ସରକାରଙ୍କ ଅଧୀନକୁ ଫେରିବ। ଏହି ମାମଲାର ବିଚାର କରି ଲ୍ୟାଣ୍ଡ ରେକର୍ଡସ ଓ ବନ୍ଦୋବସ୍ତ କମିଶନର ଅଶୋକ କୁମାର ତାରେଣିଆ ଏହି ଜମିକୁ ସରକାରୀ ଅନାବଦୀ ଖାତାକୁ ଫେରାଇ ଆଣିବା ପାଇଁ ଆଦେଶ ଦେଇଛନ୍ତି।

ଯାଜପୁର ଦାନଗଦି ଶଳିଜଙ୍ଗ।ରେ ଥିବା ୭୦ ଏକର ଜମିକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାଶ ହଡ଼ପ କରିନେଇଥିଲେ।  ଏ ଜମିର କିସମକୁ ପୂର୍ବବତ ଅନାବାଦୀ ଶାଳୁଆ ଜଙ୍ଗଲ ରଖିବା ପାଇଁ ଯାଜପୁର ଜିଲ୍ଲାପାଳ ଲ୍ୟାଣ୍ଡ ରେକର୍ଡ ଆଣ୍ଡ ସେଟଲମେଣ୍ଟ କମିଶନଙ୍କ ନିକଟରେ ଦରଖାସ୍ତ କରିଥିଲେ। ଏହି ଜମି ସୁକିନ୍ଦା ଇେଷ୍ଟଟ ମଧ୍ୟରେ ଥିଲା। ୧୯୨୭-୨୮ରୁ ଜମିର କିସମ ଅନାବଦୀ ଶାଳୁଆ ଜଙ୍ଗଲ କିସମ ରହିଆସିଛି। ୧୯୫୨-୫୩ରେ ସୁକିନ୍ଦା ଇେଷ୍ଟଟ ସରକାରଙ୍କ ସହ ମିଶିବା ପରେ ବି ଏହାର କିସମ ଅପରିବର୍ତ୍ତିତ ରହିଥିଲା। ମାତ୍ର ଆର୍. ଏନ୍. ଦାସଙ୍କ ନାଁରେ ଏହା ବେନିୟମ ଭାବେ ମ୍ୟୁଟେସନ କରାଯାଇଥିବା କର୍ତ୍ତୃପକ୍ଷ ଅଭିଯୋଗ ବାଢ଼ିଥିଲେ। ଏ ନେଇ ଏବେ ଆର୍. ଏନ୍. ଦାଶ, ତାଙ୍କ ପରିବାର ଓ ତାଙ୍କଠାରୁ ଏହି ଜମି କିଣିଥିବା ଲୋକଙ୍କୁ ପୂର୍ବରୁ ନୋଟିସ୍ ଜାରି ହୋଇଛି। ଏହି ୭୦ ଏକର ଜମି ହାତପଟ୍ଟା ମାଧ୍ୟମରେ ଆର୍. ଏନ୍. ଦାଶ ହାତେଇ ଥିଲେ ବୋଲି କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା।

Related story