ଯାଜପୁର ଶିଶୁ ମଡ଼କ ଘଟଣାର ତଦନ୍ତ ପାଇଁ ଯିବ ଆରଏମ୍‌ଆରସି ଟିମ୍‌: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଚିଙ୍ଗୁଡିପାଳ ପଞ୍ଚାୟତରେ ଶିଶୁ ମଡ଼କ ଘଟଣାର ତଦନ୍ତ କରିବାକୁ ଆରଏମ୍‌ଆରସି ଟିମ୍‌ ଯିବ। ଟିମ୍‌ ତଦନ୍ତ ରିପୋର୍ଟ ଦେବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରଭାବିତ ଅଞ୍ଚଳରେ ନ୍ୟୁଟ୍ରିସନ ଆଣ୍ଡ ରିହାବିଲିଟେସନ ସେଣ୍ଟର (ଏନ୍‌ଆରସି) କେନ୍ଦ୍ର ଖୋଲାଯାଇଛି। ଏଠାରେ ଅପପୃଷ୍ଟିର ଶିକାର ପିଲାଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ଲୋକଙ୍କୁ ଖାଦ୍ୟ, ପିଇବା ପାଣି ଓ ଚିକିତ୍ସା ସୁବିଧା […]

arati-ahuja

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 03:44 PM IST

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଚିଙ୍ଗୁଡିପାଳ ପଞ୍ଚାୟତରେ ଶିଶୁ ମଡ଼କ ଘଟଣାର ତଦନ୍ତ କରିବାକୁ ଆରଏମ୍‌ଆରସି ଟିମ୍‌ ଯିବ। ଟିମ୍‌ ତଦନ୍ତ ରିପୋର୍ଟ ଦେବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ପ୍ରଭାବିତ ଅଞ୍ଚଳରେ ନ୍ୟୁଟ୍ରିସନ ଆଣ୍ଡ ରିହାବିଲିଟେସନ ସେଣ୍ଟର (ଏନ୍‌ଆରସି) କେନ୍ଦ୍ର ଖୋଲାଯାଇଛି। ଏଠାରେ ଅପପୃଷ୍ଟିର ଶିକାର ପିଲାଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ଲୋକଙ୍କୁ ଖାଦ୍ୟ, ପିଇବା ପାଣି ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।”

ସେ ଆହୁରି କହିଛନ୍ତି, “ମାସେ ହେବ ଆମ ସ୍ୱାସ୍ଥ୍ୟ ଟିମ୍‌ ସେଠାକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ଚିକିତ୍ସା କରୁଛନ୍ତି। ଦୁଇଦିନ ତଳେ ମୁଁ ନିଜେ ଅଞ୍ଚଳକୁ ଯାଇଥିଲି। ସେଠାରେ ଗମନାଗମନ ବ୍ୟବସ୍ଥା ନ ଥିବାରୁ କିଛି ସୁବିଧା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଅଞ୍ଚଳରେ ପାନୀୟଜଳ ମୁଖ୍ୟ ସମସ୍ୟା ପାଲଟିଛି। ପାନୀୟଜଳ ଯୋଗାଣ ସହ ଲୋକଙ୍କୁ ରୋଜଗାରକ୍ଷମ କରାଯିବା ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ।”

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, “ସ୍ୱାସ୍ଥ୍ୟ ସଚିବ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରୁଛନ୍ତି, ଆବଶ୍ୟକ ପଦକ୍ଷେପ ନିଆଯିବ।”

ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ା, ଗୁହିଆସାହି ଭଳି ୬ଟି ଗାଁରେ ଶିଶୁମାନେ ଅଜଣା ରୋଗରେ ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ୩ ମାସ ମଧ୍ୟରେ ଅଞ୍ଚଳରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବହୁ ଶୁଶୁ ଏବେ ଟାଟା ହସ୍ପିଟାଲରେ ଖୋଲା ଯାଇଥିବା ଅସ୍ଥାୟୀ ଏନ୍‌ଆରସି କ୍ୟାମ୍ପରେ ଚିକିତ୍ସିତ ହେଉଛନ୍ତି। ପୁଷ୍ଟିହୀନତା ଓ ରକ୍ତହୀନତା ଯୋଗୁଁ ଶିଶୁଙ୍କ ଜୀବନ ଯାଉଥିବା ସନ୍ଦେହ କରାଯାଉଛି।

Related story