ଭୁଶୁଡ଼ିଲା କୋଟିଏ ଟଙ୍କାର ମଞ୍ଚ, ସୋନୁ ନିଗମଙ୍କ ସୋ’ ବାତିଲ, ଦର୍ଶକ ନିରାଶ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଭଙ୍ଗି ଦେଲା ଏକ କୋଟି ଟଙ୍କାର ବିଶାଳ ଷ୍ଟେଜ୍‌। ଉଡାଇ ନେଲା ବଡ ବଡ ହୋଡିଂ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ।  ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ତିଆରି ହୋଇଥିବା ଏହି ମଞ୍ଚ ଝଡ଼ପବନ ଯୋଗୁ ଆଜି ଭୁଶୁଡ଼ିପଡ଼ିଛି। ଯାଜପୁରକୁ  ୧୫୦ ବର୍ଷ ପୂରଣ ଅବସରରେ ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ୯ଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଥିଲା ଶେଷଦିନ। ଏହି ଅବସରରେ  […]

jaj

Rakesh Mallick
  • Published: Sunday, 01 April 2018
  • , Updated: 01 April 2018, 09:52 PM IST

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ। ଭଙ୍ଗି ଦେଲା ଏକ କୋଟି ଟଙ୍କାର ବିଶାଳ ଷ୍ଟେଜ୍‌। ଉଡାଇ ନେଲା ବଡ ବଡ ହୋଡିଂ। ଭୟରେ ଇତସ୍ତତ ହୋଇ ଦଉଡିଲେ ଲୋକେ।  ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ତିଆରି ହୋଇଥିବା ଏହି ମଞ୍ଚ ଝଡ଼ପବନ ଯୋଗୁ ଆଜି ଭୁଶୁଡ଼ିପଡ଼ିଛି। ଯାଜପୁରକୁ  ୧୫୦ ବର୍ଷ ପୂରଣ ଅବସରରେ ଯାଜପୁର ପୌର ପାଳିକାର ବାଳାଶ୍ରମ ପଡ଼ିଆରେ ୯ଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ଆଜି ଥିଲା ଶେଷଦିନ।

ଏହି ଅବସରରେ  ବଲିଉଡ ସିଙ୍ଗର ସୋନୁ ନିଗମଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ପାଖାପାଖି ୮୦ ହଜାର ଦର୍ଶକ ନିରାଶ ହୋଇଛନ୍ତି। ସୂଚନା ଅନୁଯାୟୀ, ୧୮୬୯ରେ ଯାଜପୁର ପୌର ପାଳିକା ଗଠନ ହୋଇଥିଲା ଏବଂ ୧୯୯୩ରେ ଯାଜପୁରକୁ ଜିଲ୍ଲା ମାନ୍ୟତା ଦିଆଯାଇଥିଲା। ଏବେ ଯାଜପୁର ପୌରପାଳିକାକୁ  ୧୫୦ ବର୍ଷ ଏବଂ ଜିଲା ଗଠନକୁ  ୨୫ ବର୍ଷ ପୂର୍ତ୍ତି ଉତ୍ସଵ ଚାଲିଥିଲା।  କାଳ ବୈଶାଖୀ ଯୋଗୁଁ ବ୍ୟାପକ ମୂଲ୍ୟର ସମ୍ପତ୍ତି ନଷ୍ଠ ହୋଇଛି।

Related story