Advertisment

ପେପର ବିକାଳିରୁ ସହକାରୀ ଶିକ୍ଷକ

ଶିକ୍ଷକ ହେବା ପରେ ସେ ଏବେ ଅନେକ ଶିଶୁଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିପଡ଼ିଛନ୍ତି। ଯାହା ଦେଖି ତାଙ୍କ ବାପା ଖୁବ୍ ଖୁସି।

ଅଦ୍ୟତନ ହୋଇଛି
School teacher

School teacher

Advertisment

ପେପର ନେବ ପେପର... ପଢନ୍ତୁ ଆଜିର ତାଜା ଖବର.... ସକାଳ ହେଲେ ପେପର ବିକ୍ରି କରୁଥିବା ଜଣେ ହକର ଆଜି ଜଣେ ଶିକ୍ଷକ। କଥାରେ ଅଛି ନିଷ୍ଠାପର ସହ ପରିଶ୍ରମ କଲେ ତାହା ବେକାର ଯାଏନି। ସମୟ ଆସିଲେ ନିଶ୍ଚୟ ଫଳପ୍ରଦ ହୁଏ। ଏଭଳି ଏକ ଦୃଷ୍ଟାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ବିଝାଂରପୁର ଚିକ୍କଣା ଗ୍ରାମର ବିଦ୍ୟାସାଗର ବେହେରା। ଖବର କାଗଜ ବିକାଳିରୁ ସେ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ହୋଇ ଲୋକଙ୍କ ନିମନ୍ତେ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏବେ ତଳବନ୍ଧ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଛନ୍ତି। ଭଲ ମଣିଷଟିଏ ହେବା ଲାଗି ମନ ଭିତରେ ଆଶା ଓ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିଛନ୍ତି।

Advertisment

ତାଙ୍କ ବାପା ପେପର ବିକି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଏହା ପରିବାର ଚଳାଇବାରେ ଯଥେଷ୍ଟ ହେଉ ନ ଥିଲା। ପରିବାରର ସମସ୍ତ ସଦସ୍ୟଙ୍କୁ ଭଲରେ ଗଣ୍ଡେ ଖାଇବା କିମ୍ବା ପିନ୍ଧିବାକୁ ମିଳୁ ନ ଥିଲା। ବହୁ କଷ୍ଟରେ ଦିନ କାଟିବାକୁ ପଡ଼ୁଥିଲା। ଏହି ସମୟରେ ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ଅଧିକ ପେପର ବିକ୍ରି କରିବା ଲାଗି ଉଦ୍ୟମ କରି ଥିଲେ ବିଦ୍ୟାସାଗର।

ଭୋରରୁ ବିଝାଂରପୁରରୁ ପେପର ଆଣି ଦିନ ୧୦ଟା ସୁଦ୍ଧା ବିକ୍ରି କରି କଲେଜ ଯାଇ ପାଠ ପଢୁଥିଲେ। କୌଣସି ନିନ୍ଦା କି କଷ୍ଟକୁ ଭ୍ରୁକ୍ଷେପ ନକରି କେବଳ ନିଷ୍ଠା ଓ ପରିଶ୍ରମ ଦ୍ୱାରା ଜଣେ ଶିକ୍ଷକ ହୋଇପାରିଛନ୍ତି। ପୁଅ ଚାକିରି କରିବା ପରେ ଦୁଃଖର ଦିନ ଚାଲି ଯାଇଛି। ଯାହାକୁ ବଖାଣିବା ବେଳେ ବାପା, ମା’ଙ୍କ ଆଖିରେ ବିତି ଯାଇଥିବା ଦିନଗୁଡ଼ିକୁ ମନେ ପକାଇ ଲୁହ ଆସି ଯାଉଛି।

Advertisment

 ବିଦ୍ୟାସାଗର କହିଛନ୍ତି, ପେପର ବିକି ପରିବାରର ୮ ପ୍ରାଣୀ କୁଟୁମ୍ବଙ୍କ ପୋଟ ପୋଷିବା ପାଇଁ ବାପାଙ୍କୁ ଖୁବ୍ କଷ୍ଟ କରିବାକୁ ପଡ଼ୁଥିଲା। ଏପରିକି ଖାଦ୍ୟ ଓ ଚିକିତ୍ସା ଅଭାବରୁ ଦୁଇ ଉଭଣୀଙ୍କୁ ହରାଇବାକୁ ପଡ଼ିଛି। ଦାରିଦ୍ର‌ ସାଙ୍ଗକୁ ଏଭଳି ଦୁଃଖରେ ପରିବାର ଲୋକେ ଭାଙ୍ଗି ପଡିଥିଲେ। ତେବେ କିଛି ସାଙ୍ଗସାଥୀ ଶିକ୍ଷକ ହେବା ନିମନ୍ତେ ରହିଥିବା ସ୍ୱପ୍ନକୁ ପୂରଣ କରିବାକୁ ଅହରହ ଉତ୍ସାହ ବଢ଼ାଇ ଚାଲିଥିଲେ। ତେଣୁ କଷ୍ଟ ହେଲେ ବି ଶିକ୍ଷକ ଚାକିରି ପାଇବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଥିଲା। ରାତି ୩ଟାରୁ ଉଠି ହକ୍‌ର ପଏଣ୍ଟକୁ ଯାଇ ପେପର ଉଠାଇବା ପରେ ଘର ଘର ବୁଲି ଦେବାକୁ ପଡ଼ୁଥିଲା। ଦିନ ୧୦ଟା ସୁଦ୍ଧା ପେପର ବାଣ୍ଟିବା ସାରି ୧୧ଟା ସୁଦ୍ଧା କଲେଜରେ ପହଞ୍ଚିବାକୁ ପଡ଼ୁଥିଲା। ସେଠାରୁ ଫେରି ପେପର ବିକ୍ରି ଟଙ୍କା କଲେକସନ୍ କରିବାକୁ ପଡ଼ୁଥିଲା। ଏହି କଷ୍ଟ ଭିତରେ ସମୟ ବାହାର କରି ପାଠ ପଢ଼ି ଶେଷରେ ଶିକ୍ଷକ ଚାକିରି ମିଳିଥିଲା।

ବାପା କାଶୀନାଥ ବେହେରା କହିଛନ୍ତି, ବହୁ ଦୁଃଖରେ ଦିନ କଟିଛି। ପୁଅ ଚାକିରି ପାଇବା ପରେ ଏ ଦିନ ଆଉ ନାହିଁ। ପୁଅର ବହୁ ପରିଶ୍ରମର ସଫଳତା ତାକୁ ମିଳିଛି। ଯାହାର ଉପକାର ପୂରା ପରିବାର ଲୋକଙ୍କୁ ମଧ୍ୟ ମିଳିଛି। ଶିକ୍ଷକ ହେବା ପରେ ସେ ଏବେ ଅନେକ ଶିଶୁଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିପଡ଼ିଛି। ଯାହା ଦେଖି ଖୁବ୍ ଖୁସି ଲାଗୁଛି।

ଅନ୍ୟପଟେ ବିଦ୍ୟାସାଗର ହକରରୁ ଶିକ୍ଷକ ହୋଇଥିଲେ ହେଁ ଏବେ ବି ସକାଳୁ ଉଠି ପେପର ବାଣ୍ଟନ୍ତି। ଏଥିରୁ ମିଳୁଥିବା ଅର୍ଥକୁ ପରିବାର, ବନ୍ଧୁବାନ୍ଧବ ଓ ସାମାଜିକ ସହାୟତା କାର୍ଯ୍ୟରେ ଲଗାଉଛନ୍ତି। ସେ ସ୍ମାର୍ଟ ଗ୍ରୁପ ତିଆରି କରିବା ସହ ଉତ୍କଳ ସମାଜ ଫାଉଣ୍ଡେସନରେ ସଦସ୍ୟ ହୋଇ ଅନେକ ଯୁବକଙ୍କୁ ଯୋଡି ଅସହାୟ, ରୋଗୀଙ୍କୁ ସାହାଯ୍ୟ କରୁଥିବା ଗ୍ରାମବାସୀ କହିଛନ୍ତି।

School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe