‘ଡାଏ’ ପ୍ରଭାବରେ ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଡାଏ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଆଜି ସକାଳ ୬ଟା ସୁଧା ୬.୫୧ ମିଟର ରହିଛି। ଏହା ଫଳରେ ବସ୍ତା ବ୍ଲକ୍‌ର ମଥାନି, ବାହାର୍ଦ, ଦଧହଂସା, ଗଡ଼ପଦା, ରାଉତପଡ଼ା, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ସଦର ବ୍ଳକ୍‌ର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ପ୍ରଭାବିତ ହୋଇଛି। […]

flood

Jyoshna Pradhan
  • Published: Saturday, 22 September 2018
  • , Updated: 22 September 2018, 05:03 AM IST

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଡାଏ’ର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ମଥାନିଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଆଜି ସକାଳ ୬ଟା ସୁଧା ୬.୫୧ ମିଟର ରହିଛି।

ଏହା ଫଳରେ ବସ୍ତା ବ୍ଲକ୍‌ର ମଥାନି, ବାହାର୍ଦ, ଦଧହଂସା, ଗଡ଼ପଦା, ରାଉତପଡ଼ା, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ସଦର ବ୍ଳକ୍‌ର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ପ୍ରଭାବିତ ହୋଇଛି।

ସେହିପରି ବସ୍ତା-ବାଲିଆପାଳର ଲାଇଫଲାଇନ୍‌ କୁହାଯାଉଥିବା ପେଜାଗଳା ଚଟାଣରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତା ଉପରେ ୨ରୁ ୩ ଫୁଟ୍‌ ଉପରେ ଜଳ ପ୍ରବାହିତ ହେଉଛି। ବାଲିଆପାଳ ବ୍ଲକ୍‌ ଜଗତିପୁର ପଞ୍ଚାୟତର ରାଣିଖୁଡ଼ି ଗ୍ରାମର ଏକ ଘର ଭାଙ୍ଗି ଯାଇଛି।

ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀ ବାରୁଣୀ ବ୍ରିଜ୍‌ଠାରେ ବିପଦ ସଙ୍କେତ ପାର କରିଛି। ଏଠାରେ  ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ଜଳସ୍ତର ୮.୧୬ ମିଟର ରହିଛି। ସୋନ ଓ ଗଙ୍ଗାହାର ନଦୀରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇଛି। ସୁନେଇ ଓ କାଳ ଡ୍ୟାମ୍‌ର ୨ଟି ଲେଖାଏ ଗେଟ୍ ଖୋଲା ଯାଇଛି।

Related story