ବିପଦ ସଙ୍କେତ ଟପିଲା ଜଳକା: ବନ୍ୟା ଆଶଙ୍କା

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଟପିଛି। ମଥାନି ଠାରେ ଏହାର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ୫.୮୦ ମିଟର ଉପରେ ପାଣି ପ୍ରବାହିତ ହେଉଥିଲା। ସକାଳ ୯ଟା ସୁଦ୍ଧା ଏହା ୬.୦୨କୁ ବୃଦ୍ଧି ପାଇଥିଲା। ବୁଧବାର ମଧ୍ୟରାତ୍ରିରୁ ବର୍ଷା ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ଆହୁରି ଦୁଇ ଦିନ ବର୍ଷା […]

bals

Tapaswini Nayak
  • Published: Friday, 21 September 2018
  • , Updated: 21 September 2018, 04:19 AM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଟପିଛି।

ମଥାନି ଠାରେ ଏହାର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ସୁଦ୍ଧା ୫.୮୦ ମିଟର ଉପରେ ପାଣି ପ୍ରବାହିତ ହେଉଥିଲା। ସକାଳ ୯ଟା ସୁଦ୍ଧା ଏହା ୬.୦୨କୁ ବୃଦ୍ଧି ପାଇଥିଲା।

ବୁଧବାର ମଧ୍ୟରାତ୍ରିରୁ ବର୍ଷା ଲାଗି ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ଆହୁରି ଦୁଇ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯାହାଦ୍ୱାରା ଏଠାରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।

ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ବସ୍ତା ବ୍ଲକ୍‌ର ମଥାନି, ବାହାର୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡ଼ିଆ, ଚକୁରାଇ, ଦରଡ଼ା, ଗଡ଼ପଦା ଓ ରାଉତପଡ଼ା ସମେତ  ସଦର ବ୍ଲକ୍‌ର ୨ରୁ୩ଟି ପଞ୍ଚାୟତ ପ୍ରଭାବିତ ବୋଲି ଅନୁମାନ କରାଯାଉଛି।

ଗତକାଲି ବସ୍ତାରେ ୩୨ ସେଣ୍ଟିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Related story