ଭୁବନେଶ୍ୱରର ୨ ଯୁବକ ଜଳେଶ୍ୱରରୁ ଗିରଫ, ସେମାନେ ବ୍ରାଉନ୍‌ସୁଗାର ଧରି ଆସୁଥିଲେ

ଜଳେଶ୍ୱର(ଅଜିତ କୁମାର ଦାସ): ରାଜଧାନୀ ଭୁବନେଶ୍ୱରର ଦୁଇ ଜଣ ଯୁବକ ୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଧରି ଫେରୁଥିବା ବେଳେ ପୁଲିସ ମାଡ଼ି ବସିଛି। ପୁଲିସ ସେମାନଙ୍କଠାରୁ ବ୍ରାଉନ୍‌ସୁଗାର, ନଗଦ ଟଙ୍କା ଓ ବାଇକ୍‌ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଜଳେଶ୍ୱର ଅଞ୍ଚଳରୁ ମାସକ ଭିତରେ ୩ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହୋଇସାରିଲାଣି ପୁଲିସ। ପୂରା ଘଟଣାଟି ଏମିତି। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ବିକାଶ କୁମାର ଓଝା ଓ ହିମାଂଶୁ ଜେନା ବ୍ରାଉନ୍‌ସୁଗାର ଆଣିବା […]

jaleswar

Manoranjan Sial
  • Published: Wednesday, 15 September 2021
  • , Updated: 15 September 2021, 07:53 PM IST

ଜଳେଶ୍ୱର(ଅଜିତ କୁମାର ଦାସ): ରାଜଧାନୀ ଭୁବନେଶ୍ୱରର ଦୁଇ ଜଣ ଯୁବକ ୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଧରି ଫେରୁଥିବା ବେଳେ ପୁଲିସ ମାଡ଼ି ବସିଛି। ପୁଲିସ ସେମାନଙ୍କଠାରୁ ବ୍ରାଉନ୍‌ସୁଗାର, ନଗଦ ଟଙ୍କା ଓ ବାଇକ୍‌ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ଜଳେଶ୍ୱର ଅଞ୍ଚଳରୁ ମାସକ ଭିତରେ ୩ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହୋଇସାରିଲାଣି ପୁଲିସ।

ପୂରା ଘଟଣାଟି ଏମିତି। ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳର ବିକାଶ କୁମାର ଓଝା ଓ ହିମାଂଶୁ ଜେନା ବ୍ରାଉନ୍‌ସୁଗାର ଆଣିବା ପାଇଁ ଜଳେଶ୍ୱର ଯାଇଥିଲେ। ସେମାନେ ବ୍ରାଉନ୍‌ସୁଗାର ଧରି ବାଇକ୍‌ରେ ଭୁବନେଶ୍ୱର ଫେରୁଥିବା ବେଳେ ଜଳେଶ୍ୱର ଟାଉନ୍‌ ଥାନା ପୁଲିସ ମାଡ଼ି ବସିଛି। ସକାଳ ୫ ଘଟିକା ସମୟରେ ଜଳେଶ୍ୱର ପୁଲିସର ୧୫ ଜଣିଆ ଟିମ୍‌ ଟାଉନ ଚଢ଼ଉ କରି ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୧୦୫ ଗ୍ରାମର ବ୍ରାଉନ୍‌ସୁଗର ଓ ଗୋଟିଏ ବାଇକ୍‌ ଜବତ କରିଛି। ଏଥିସହ ନଗଦ ୩୨ ହଜାର ଟଙ୍କା ଜବତ କରିଛି ପୁଲିସ। ଜବତ ବ୍ରାଉନ୍‌ସୁଗର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ। ପୁଲିସର ଏହି ଚଢ଼ଉରେ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଏସ୍‌ଆଇ ଭୁବନ ମୋହନ ସେଠୀ, ଆଇଆଇସି  ପ୍ରଜ୍ଞାମହାନ୍ତି ପ୍ରମୁଖ ସାମିଲ ଥିଲେ।

ସେହିପରି ବସ୍ତା ଥାନା ଛାନୁଆ ଅଞ୍ଚଳର ଜଣେ ମହିଳାଙ୍କ ଘରେ ପୁଲିସ ଚଢ଼ଉ କରି ୮୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୯ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ମାମଲାରେ ପୁଲିସ ମହିଳାଙ୍କୁ ଗିରଫ କରିଛି।

ଗତ ମାସକ ଭିତରେ ଅବକାରୀ ବିଭାଗ, ଏସ୍‌ଟିଏଫ୍‌ ଓ ପୁଲିସ ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରି ୩ କେଜିରୁ ଅଧିକ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଏହି ମାମଲାରେ ୪ ଜଣ ପୁରୁଷ ଓ ୪ ଜଣ ମହିଳା ଗିରଫ ହୋଇଛନ୍ତି। ଏହା ପରେ ମଧ୍ୟ ବ୍ରାଉନ୍‌ସୁଗାର ଚୋରା ଚାଲାଣ ଉପରେ ଲଗାମ ଲାଗି ପାରୁନାହିଁ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ବ୍ରାଉନ୍‌ସୁଗାର କାରବାର କରୁଛନ୍ତି। ଯାହାକୁ ନେଇ ଏବେ ପୁଲିସ ଚିନ୍ତାରେ ପଡ଼ି ଯାଇଛି।

ଶୁଣିବାକୁ ମିଳୁଛି, ବାଂଲାଦେଶରୁ ପଶ୍ଚିମବଙ୍ଗ ଓ ପଶ୍ଚିମବଙ୍ଗରୁ ଜଳେଶ୍ୱରକୁ ଆସୁଛି ବ୍ରାଉନ୍‌ସୁଗାର। ପରେ ଏଠାରୁ ରାଜ୍ୟର କୋଣ ଅନୁକୋଣକୁ ବିଭିନ୍ନ ଉପାୟରେ ଚାଲାଣ କରାଯାଉଛି।

Related story