ଲଗାଣ ବର୍ଷା ଯୋଗୁଁ ବେହାଲ କଟକ

କଟକ(ଓଡ଼ିଶା ରିପୋର୍ଟର):ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଯାଇଛି କଟକ ସହର। କଟକ ସହର ର ବିଭିନ୍ନ ତଳି ଅଞ୍ଚଳ ରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମ ରେ ମଧ୍ୟ ଦେଖିବାକୁ ମିଳିଥିଲା ଜଳବନ୍ଦୀ ସ୍ଥିତି । ଘଣ୍ଟା ଘଣ୍ଟା ଧରି ବର୍ଷା ଜଳ ଜମି ରହିବାରୁ ମାଲଗୋଦାମର ବ୍ୟବସାୟୀମାନେ ଅତ୍ୟଧିକ ଅସନ୍ତୋଷ ଜାହିର କରିଥିଲେ। ମାଲଗୋଦାମରେ ବର୍ଷା ଜଳ […]

rain

Tapas Behera
  • Published: Thursday, 24 June 2021
  • , Updated: 24 June 2021, 11:07 AM IST

କଟକ(ଓଡ଼ିଶା ରିପୋର୍ଟର):ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଯାଇଛି କଟକ ସହର। କଟକ ସହର ର ବିଭିନ୍ନ ତଳି ଅଞ୍ଚଳ ରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମ ରେ ମଧ୍ୟ ଦେଖିବାକୁ ମିଳିଥିଲା ଜଳବନ୍ଦୀ ସ୍ଥିତି । ଘଣ୍ଟା ଘଣ୍ଟା ଧରି ବର୍ଷା ଜଳ ଜମି ରହିବାରୁ ମାଲଗୋଦାମର ବ୍ୟବସାୟୀମାନେ ଅତ୍ୟଧିକ ଅସନ୍ତୋଷ ଜାହିର କରିଥିଲେ। ମାଲଗୋଦାମରେ ବର୍ଷା ଜଳ ରାସ୍ତା ଉପରେ ଲହଡ଼ି ମାରିବା ସହ ଅନେକ ଗୋଦାମ ରେ ମଧ୍ୟ ପଶି ଯାଇଥିଲା ।

ମାଲଗୋଦାମ ବ୍ୟବସାୟୀ ଙ୍କ କହିବା ମୁତାବିକ ମାଲଗୋଦାମ ରେ ରହିଥିବା ନାଳଗୁଡିକର ସଠିକ୍ ଭାବେ ସଫେଇ ହେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜୁଛି । ଗତ ଗତବର୍ଷ ମଧ୍ୟ ଅନେକ ଗୋଦାମରେ ବର୍ଷା ପାଣି ପଶି ବିପୁଳ କ୍ଷତି ହୋଇଥିଲା।

ଆଉ ସମସ୍ୟାର ସମାଧାନ ପାଇଁ ଜିଲ୍ଳାପାଳ ଏବଂ ସି ଏମ୍ ସି କମିଶନର ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିଲେ । ମାଲଗୋଦାମରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଵତନ୍ତ୍ର ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ। ଏବେ ମଧ୍ୟ ପରିସ୍ଥିତି ପୂର୍ବ  ଭଳି ରହିଛି। ତେଣୁ ଯଦି ଏ ଦିଗରେ କିଛି ବି ପଦକ୍ଷେପ ଜିଲ୍ଳା ପ୍ରାଶାସନ କିମ୍ବା ସି ଏମ୍ ସି ପକ୍ଷରୁ ଉଠା ନ ଯାଏ ତାହା ହେଲେ ଆଗକୁ ଚାମ୍ବର୍ ଅଫ୍ କମର୍ସ ବାଧ୍ୟ ହୋଇ ବର୍ଷା ଜଳ ନିଷ୍କାସନ ପାଇଁ ନିଜ ଖର୍ଚ୍ଚରେ ସ୍ଵତନ୍ତ୍ର ଡ୍ରେନେଜ୍ ତିଆରି କରିବ ବୋଲି ସ୍ପଷ୍ଟ କରିଛନ୍ତି।

Related story