ଜମି ଜବରଦଖଲ ପ୍ରସଙ୍ଗ: କଟକ ବାରାବାଟୀ ଷ୍ଟାଡିୟମ ପରିସରରେ ଚାଲିଛି ମାପଚୁପ

କଟକ:  କଟକର ବିବାଦୀୟ ବାରବାଟୀ ପ୍ୟାଲେସ୍ ଓ ଏହାକୁ ଲାଗିଥିବା ୨୩ଟି ଦୋକାନ ଘରର ଆର୍ଥିକ ଅନିୟମିତତା ଅଭିଯୋଗ ମାମଲାରେ ଆଜି  ଆରମ୍ଭ ହୋଇଛି ମାପଚୁପ। ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଏହି ମାପଚୁପ ଚାଲିଛି। ଦୋକାନ ଘର ଓ କଲ୍ୟାଣ ମଣ୍ଡପ ପ୍ରକୃତ ଜମିରେ ଅଛି ନା ନାହିଁ, ସେ ସଂପର୍କରେ ଅନୁଧ୍ୟାନ ଚାଲିଛି। ଗତ ମେ ୭ ତାରିଖ ଦିନ ଏହି ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଦୋକାନ ଘର ଓ […]

bbb

bbb

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 08:12 AM IST

Sports

Latest News

କଟକ:  କଟକର ବିବାଦୀୟ ବାରବାଟୀ ପ୍ୟାଲେସ୍ ଓ ଏହାକୁ ଲାଗିଥିବା ୨୩ଟି ଦୋକାନ ଘରର ଆର୍ଥିକ ଅନିୟମିତତା ଅଭିଯୋଗ ମାମଲାରେ ଆଜି  ଆରମ୍ଭ ହୋଇଛି ମାପଚୁପ। ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଏହି ମାପଚୁପ ଚାଲିଛି। ଦୋକାନ ଘର ଓ କଲ୍ୟାଣ ମଣ୍ଡପ ପ୍ରକୃତ ଜମିରେ ଅଛି ନା ନାହିଁ, ସେ ସଂପର୍କରେ ଅନୁଧ୍ୟାନ ଚାଲିଛି। ଗତ ମେ ୭ ତାରିଖ ଦିନ ଏହି ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଦୋକାନ ଘର ଓ କଲ୍ୟାଣ ମଣ୍ଡପ ପ୍ରକୃତ ଜମିରେ ଅଛି ନା ନାହିଁ, ସେ ସଂପର୍କରେ ଅନୁଧ୍ୟାନ ଲାଗି ଏକ କମିଟି ଗଠନ ହେବ। ଯେଉଁ କମିଟିର ମୁଖ୍ୟ ଜିଲ୍ଲା ଜଜ୍ ରହିବେ। ତା’ସହ କମିଟିରେ ୨ଜଣ ଅତିରିକ୍ତ ଜିଲ୍ଲା ଜଜ୍ ରହିବେ। ଏମାନେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ହେବେ। କମିଟି ପ୍ରତ୍ୟକ୍ଷ ଭାବେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମିଟିର ମୁଖ୍ୟ ତଥା ଜିଲ୍ଲା ଜଜଙ୍କ ଉପସ୍ଥିତିତିରେ ଏହି ମାପଚୁପ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos