ଜମି ମାଫିଆଙ୍କ କବଜାରେ ବ୍ରହ୍ମପୁର ଉପଖଣ୍ଡର ଚାଷ ଜମି

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠରେ ଜମି ମାଫିଆଙ୍କ ରାଜ ବଢିବାରେ ଲାଗିଛି। ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ବେଧଡକ ଜମି କିଣାବିକା ଚାଲିଛି। କିଛି ଅଞ୍ଚଳରେ ଚାଷ ଜମିର କିସମ ପରିବର୍ତ୍ତନ କରି ବିକ୍ରି କରିବା ଉପରେ ରୋକ୍ ଲାଗିଥିଲେ ବି, ତାକୁ ଜମି ମାଫିଆ ମାନୁ ନ ଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଅନେକ ସରକାରୀ ଜମି ବି ଏବେ ଏମାନଙ୍କ କବଜାରେ ରହିଛି। ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ଆମ୍ୱଗଡ଼ ମୌଜା […]

bramhapur

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 03:55 PM IST

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠରେ ଜମି ମାଫିଆଙ୍କ ରାଜ ବଢିବାରେ ଲାଗିଛି। ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ବେଧଡକ ଜମି କିଣାବିକା ଚାଲିଛି। କିଛି ଅଞ୍ଚଳରେ ଚାଷ ଜମିର କିସମ ପରିବର୍ତ୍ତନ କରି ବିକ୍ରି କରିବା ଉପରେ ରୋକ୍ ଲାଗିଥିଲେ ବି, ତାକୁ ଜମି ମାଫିଆ ମାନୁ ନ ଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଅନେକ ସରକାରୀ ଜମି ବି ଏବେ ଏମାନଙ୍କ କବଜାରେ ରହିଛି।

ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ଆମ୍ୱଗଡ଼ ମୌଜା କିଛିବର୍ଷ ପୂର୍ବେ ସବୁଜିମା ପୂର୍ଣ୍ଣ ଥିଲା। ଏବେ ଏଠାରେ ଘର ନିର୍ମାଣ ଚାଲିଛି। ପୁରା ଅଞ୍ଚଳକୁ ଜମି ମାଫିଆମାନେ କବଜା କରି ନେଇଛନ୍ତି। କିସମ ପରିବର୍                                                ତ୍ତନ ପ୍ରାକୃତିକ ଜଳାଶୟ, ଜଳସେଚନ, କେନାଲ ଓ ନୟନଜୁରିରେ ବାଧା ସୃଷ୍ଟି କରୁ ନ ଥିବ ବୋଲି ନିୟମ ରହିଛି। ବ୍ରହ୍ମପୁର ଡେଭଲପମେଣ୍ଟ ଅଥରିଟି ବା ବିଡିଏ ତାର ନୂଆ ପ୍ଲାନରେ ଆମ୍ୱଗଡ଼ ମୌଜା ଓ ଏହାର ଆଖପାଖ ଅଞ୍ଚଳକୁ ଆଇକଟ୍, ନୟନଜୁରି ଭାବେ ଘୋଷଣା କରିଛନ୍ତି। ଅର୍ଥାତ ନିୟମ ଅନୁସାରେ ଏଠି ଚାଷ ଜମିର କିସମ ପରିବର୍ତ୍ତନ ହୋଇପାରିବନାହିଁ। ମାତ୍ର ଆଇନର ଉଲ୍ଲଘଂନ କରାଯାଇ ଏକର ଏକର ଚାଷ ଜମିର କିସମ ପରିବର୍ତ୍ତନ କରାଯାଇ ଘରଡିହ କରାଯାଇଛି। ଏ ନେଇ ମ୍ୟୁଟେସନ ମଧ୍ୟ ଦିଆଯାଇଛି। ଆମ୍ୱଗଡ଼ ମୌଜାର ଖାତା ନମ୍ୱର ୧୧୬, ୨୨୦, ୧୧୦, ୧୨୮ ପ୍ଲଟ୍ ନମ୍ୱର ୪୮୧, ୧୭୬, ୫୦୫, ୫୦୦, ୨୫୪ ଶହ ଶହ ଏକର ଚାଷ ଜମିର କିସମ ପରିବର୍ତ୍ତନ ହୋଇଛି। କିଛି ସ୍ଥାନରେ ଘର ନିର୍ମାଣ ହୋଇ ବିକ୍ରି ହୋଇଥିବା ଅଭିଯୋଗ ହେଉଛି।

ଖାଲି ସେତିକି ନୁହେଁ କେନାଲ ହୁଡାରେ ଥିବା ସରକାରୀ ଜମି ଓ ୨୫୨ ପ୍ଲଟରେ ୩ଟି କଲଭର୍ଟ ବି ନିର୍ମାଣ କରିଛନ୍ତି ଜମି ମାଫିଆ। ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକ କୁକୁଡାଖଣ୍ଡି ତହସିଲଦାରଙ୍କୁ ଅବଗତ ବି କରାଇଛନ୍ତି। ସେପଟେ ଜମି ବ୍ୟବସାୟୀ କୌଣସି ବେନିୟମ କାମ କରିନାହାନ୍ତି ବୋଲି କହୁଛନ୍ତି। ବେଆଇନ ଜମି କାରବାର ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁକୁଡାଖଣ୍ଡି ତହସିଲଦାର ଭବାନୀ ଶଙ୍କର ମିଶ୍ର ଏବଂ ଉପଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି।

Related story