ଏଣିକି ପଞ୍ଚାୟତ ଜନସେବା କେନ୍ଦ୍ରରେ ଉପଲବ୍ଧ ହେବ ମାଟ୍ରିକ ଡୁପ୍ଲିକେଟ୍ ସାର୍ଟିଫିକେଟ୍

କଟକ: ଏଣିକି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରରେ ମାଟ୍ରିକ୍ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଉପଲବ୍ଧ ହେବ। ମାଧ୍ୟମିକ ଶିକ୍ଷା ପରିଷଦର ହୀରକ ଜୟନ୍ତୀ ପାଳନ ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ସେହିପରି ବୋର୍ଡର ୬୦ ବର୍ଷର ତଥ୍ୟକୁ ଡିଜିଟାଇଜେସନ୍ କରିବା ପାଇଁ ମଧ୍ୟ ସରକାର ସହଯୋଗର ହାତ ବଢାଇବେ ବୋଲି ସେ କହିଛନ୍ତି। ହୀରକ ଜୟନ୍ତୀ ଉତ୍ସବରେ ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମିଶ୍ରଙ୍କ ସମେତ […]

broad

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 03:47 PM IST

କଟକ: ଏଣିକି ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ରରେ ମାଟ୍ରିକ୍ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଉପଲବ୍ଧ ହେବ। ମାଧ୍ୟମିକ ଶିକ୍ଷା ପରିଷଦର ହୀରକ ଜୟନ୍ତୀ ପାଳନ ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି। ସେହିପରି ବୋର୍ଡର ୬୦ ବର୍ଷର ତଥ୍ୟକୁ ଡିଜିଟାଇଜେସନ୍ କରିବା ପାଇଁ ମଧ୍ୟ ସରକାର ସହଯୋଗର ହାତ ବଢାଇବେ ବୋଲି ସେ କହିଛନ୍ତି।

ହୀରକ ଜୟନ୍ତୀ ଉତ୍ସବରେ ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମିଶ୍ରଙ୍କ ସମେତ ଗଣଶିକ୍ଷା ସଚିବ ରଞ୍ଜନ ଚୋପ୍ରା,  ୟୁନିସେଫ୍ ଓଡ଼ିଶାର ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ, ବୋର୍ଡ ସଭାପତି, ସମ୍ପାଦକ ଓ କଣ୍ଟ୍ରୋଲର ପ୍ରମୁଖ ଉପସ୍ଥିତ ଥିଲେ। ବୋର୍ଡ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଏଥିରେ ସହଯୋଗ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଦୁଇଟି ପର୍ଯ୍ୟାୟରେ ବୋର୍ଡର ସମସ୍ତ ରେକର୍ଡ ଡିଜିଟାଇଜେସନ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୦୦ରୁ ୨୦୧୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯୫୫ରୁ ୧୯୯୯ ମସିହା ପର୍ଯ୍ୟନ୍ତ ଡିଜିଟାଇଜେସନ୍ କରାଯିବ। ପ୍ରଥମ ପର୍ଯ୍ୟାୟ ଡିଜିଟାଇସେନ୍ କାମ ୨୦୧୬ ଶେଷ ସୁଦ୍ଧା ସମ୍ପନ୍ନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ କହିଛନ୍ତି।

Related story