ଜନଜାତି ଜୀବନଜୀବିକା ପାଇଁ ନୂଆ ଯୋଜନା,ଖର୍ଚ୍ଚ ହେବ ୭୯୫ କୋଟି

ଭୁବନେଶ୍ୱର: ଜନଜାତିଙ୍କ ଜୀବନଜୀବୀକା ନେଇ ନୂଆ ଯୋଜନା କରାଯାଇଛି। ଓପିଲିପ୍ ନାଁରେ ଏହି ନୂଆ ଯୋଜନାର ଶୁଭାରମ୍ଭ କରାଯିବ। ଯୋଜନା ବାବଦକୁ ୭୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦ୍ୱାରା ୬୨ ହଜାର ପରିବାର ଉପକୃତ ହେବେ। ଜନଜାତି ଉପଦେଷ୍ଟା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି। ଏହା ସହିତ କମିଟି ୭ଟି ସୁପାରିଶ କରିଛି। ଆଦିବାସୀ ଅଞ୍ଚଳରେ ଥିବା ୧୮ଟି ହାଇସ୍କୁଲକୁ ହାଇୟର ସେକେଣ୍ଡାରୀ ସ୍କୁଲ କରିବା ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି। […]

adibasi2

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 04:13 PM IST

ଭୁବନେଶ୍ୱର: ଜନଜାତିଙ୍କ ଜୀବନଜୀବୀକା ନେଇ ନୂଆ ଯୋଜନା କରାଯାଇଛି। ଓପିଲିପ୍ ନାଁରେ ଏହି ନୂଆ ଯୋଜନାର ଶୁଭାରମ୍ଭ କରାଯିବ। ଯୋଜନା ବାବଦକୁ ୭୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଦ୍ୱାରା ୬୨ ହଜାର ପରିବାର ଉପକୃତ ହେବେ। ଜନଜାତି ଉପଦେଷ୍ଟା କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି। ଏହା ସହିତ କମିଟି ୭ଟି ସୁପାରିଶ କରିଛି। ଆଦିବାସୀ ଅଞ୍ଚଳରେ ଥିବା ୧୮ଟି ହାଇସ୍କୁଲକୁ ହାଇୟର ସେକେଣ୍ଡାରୀ ସ୍କୁଲ କରିବା ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି। ପୁଟିଆ, ଭୁଇଆର ଓ ଭୁଇଁହରାଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବା ନେଇ ଆସିଥିବା ପ୍ରସ୍ତାବକୁ ମଧ୍ୟ ମଂଜୁରୀ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାର ସଚିବାବଳୟଠାର ଅନୁଷ୍ଠିତ ହୋଇଥିବା ଜନଜାତି ଉପଦେଷ୍ଟା କମିଟି ବୈଠକରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ମନ୍ତ୍ରୀଙ୍କ ସମେତ ୧୫ ଜଣ ବିଧାୟକ, ଜଣେ ସାଂସଦ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ମଧ୍ୟ ଏଠାରେ ଉପସ୍ଥିତ ଥିଲେ।

Related story