ପାରାଦୀପରେ ଖୋଲିବ ପୋର୍ଟ ଜନସ୍ୱାସ୍ଥ୍ୟ ୟୁନିଟ୍

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପରେ ଖୋଲିବ ପୋର୍ଟ ଜନସ୍ୱାସ୍ଥ୍ୟ ୟୁନିଟ୍। ଏଥିପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ପୋର୍ଟ ଚେୟାରମ୍ୟାନ ରିଙ୍କେଶ ରାୟଙ୍କ ଉପସ୍ଥିତିରେ ଇଷ୍ଟେଟ୍‌ ଅଫିସର ବିଶ୍ୱଜିତ ମିଶ୍ର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିଜୋଓନାଲ୍‌ ଡାଇରେକ୍ଟର ଡକ୍ଟର ଏସ୍‌.କେ. କରଙ୍କ ମଧ୍ୟରେ ଏମଓୟୁରେ ସ୍ୱାକ୍ଷରିତ ହୋଇଛି। ମଧୁବନ ଭୂୟାଁ ଛକରେ ଥିବା ପୁରୁଣା ଡିସ୍‌ପେନ୍‌ସାରୀରେ ୪ ଶଯ୍ୟା […]

paradeep

Manoranjan Sial
  • Published: Friday, 21 February 2020
  • , Updated: 21 February 2020, 06:42 PM IST

ପାରାଦୀପ(ରମାକାନ୍ତ ନାୟକ): ପାରାଦୀପରେ ଖୋଲିବ ପୋର୍ଟ ଜନସ୍ୱାସ୍ଥ୍ୟ ୟୁନିଟ୍। ଏଥିପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ପୋର୍ଟ ଚେୟାରମ୍ୟାନ ରିଙ୍କେଶ ରାୟଙ୍କ ଉପସ୍ଥିତିରେ ଇଷ୍ଟେଟ୍‌ ଅଫିସର ବିଶ୍ୱଜିତ ମିଶ୍ର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିଜୋଓନାଲ୍‌ ଡାଇରେକ୍ଟର ଡକ୍ଟର ଏସ୍‌.କେ. କରଙ୍କ ମଧ୍ୟରେ ଏମଓୟୁରେ ସ୍ୱାକ୍ଷରିତ ହୋଇଛି।

ମଧୁବନ ଭୂୟାଁ ଛକରେ ଥିବା ପୁରୁଣା ଡିସ୍‌ପେନ୍‌ସାରୀରେ ୪ ଶଯ୍ୟା ବିଶିଷ୍ଟ ଜନସ୍ୱାସ୍ଥ୍ୟ ୟୁନିଟ୍‌ ତିଆରି ହେବ। ବର୍ତ୍ତମାନ ତାହା ପାରାଦୀପ ପୋର୍ଟ ହସ୍ପିଟାଲରୁ କାର୍ଯ୍ୟକାରୀ ହେବ। ଜାହାଜର କ୍ରିଉମେମ୍ବରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଦେଶୀଙ୍କଠାରୁ ଯେପରି କୌଣସି ଦୂରାରୋଗ୍ୟ ବ୍ୟାଧି ପାରାଦୀପ ଅଂଚଳରେ ନ ବ୍ୟାପେ, ସେଥିପ୍ରତି ଏହି ୟୁନିଟ୍‌ ବିଶେଷ ଦୃଷ୍ଟି ଦେବ। ଦେଶର ଅନ୍ୟାନ୍ୟ ବନ୍ଦରରେ ଏହି ସୁବିଧା ଥିବା ବେଳେ ଗତ ୪ବର୍ଷର ଉଦ୍ୟମ ପରେ ଏବେ ପାରାଦୀପରେ ଏହି ୟୁନିଟ ଖୋଲିବ। ସାମ୍ପ୍ରତିକ ସମୟରେ ‘କରୋନା’ ଭାଇରସକୁ ନେଇ ଯେପରି ପରିସ୍ଥିତି ଲାଗି ରହିଛି, ଏହି ୟୁନିଟ୍ ଖୋଲିବା ପରେ ପୋର୍ଟ ହସ୍ପିଟାଲର ଦାୟିତ୍ୱ ହାଲକା ହେବ ବୋଲି କୁହାଯାଉଛି।

Related story