ଜଙ୍ଗଲରୁ କାଠ ନ ଆଣିଲେ ସେବାଶ୍ରମ ଛାତ୍ରଙ୍କୁ ଖାଇବା ମନା: ଉପ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଫୁଲବାଣୀ: ଜଙ୍ଗଲରୁ କାଠ ନ ଆଣିଲେ ଖାଇବାକୁ ମିଳିବ ନାହିଁ । ଏପରି ଦଣ୍ଡବିଧାନ ଏକ ଆବାସିକ ବିଦ୍ୟାଳୟର ଶିକ୍ଷିକମାନେ ସେବାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ପାଇଁ କାର୍ଯ୍ୟକାରୀ କରିଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର କେନ୍ଦୁପଦରଠାରେ ଥିବା ସରକାରୀ ଅନୁଦାନ ପ୍ରାପ୍ତ ସେବାଶ୍ରମ ସଂସ୍କୃତ ବିଦ୍ୟାଳୟରେ। ଏଠାରେ ରହି ପାଠ ପଢୁଥିବା ପିଲାମାନଙ୍କୁ ଜଙ୍ଗଲରୁ କାଠ ନ ଆଣିଲେ ଖାଇବାକୁ ମିଳିବ ନାହିଁ ବୋଲି ଦାୟିତ୍ୱରେ ଥିବା […]

f

f

Rakesh Mallick
  • Published: Sunday, 13 September 2015
  • Updated: 13 September 2015, 06:02 PM IST

Sports

Latest News

f2ଫୁଲବାଣୀ: ଜଙ୍ଗଲରୁ କାଠ ନ ଆଣିଲେ ଖାଇବାକୁ ମିଳିବ ନାହିଁ । ଏପରି ଦଣ୍ଡବିଧାନ ଏକ ଆବାସିକ ବିଦ୍ୟାଳୟର ଶିକ୍ଷିକମାନେ ସେବାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ପାଇଁ କାର୍ଯ୍ୟକାରୀ କରିଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର କେନ୍ଦୁପଦରଠାରେ ଥିବା ସରକାରୀ ଅନୁଦାନ ପ୍ରାପ୍ତ ସେବାଶ୍ରମ ସଂସ୍କୃତ ବିଦ୍ୟାଳୟରେ। ଏଠାରେ ରହି ପାଠ ପଢୁଥିବା ପିଲାମାନଙ୍କୁ ଜଙ୍ଗଲରୁ କାଠ ନ ଆଣିଲେ ଖାଇବାକୁ ମିଳିବ ନାହିଁ ବୋଲି ଦାୟିତ୍ୱରେ ଥିବା ଶିକ୍ଷକମାନେ କହିଥିଲେ । ଫଳରେ ଭୟରେ ପିଲାମାନେ ବାଧ୍ୟ ହୋଇ ଜଙ୍ଗଲରୁ କାଠ ଆଣୁଥିବା ଦେଖିବାକୁ ମିଳିଥିଲା । ଏପରି ଅଭିଯୋଗ ଆସିବା ପରେ ଫୁଲବାଣୀ ଉପଜିଲ୍ଲାପାଳ ବଳରାମ ମଲ୍ଲିକ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହାସହ ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଉପଜିଲ୍ଲାପାଳ ମଲ୍ଲିକ କହିଛନ୍ତି ।f

ଏହି ସେବାଶ୍ରମ ସଂସ୍କୃତ ବିଦ୍ୟାପୀଠରେ ୬ଷ୍ଠାରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ୪୦୦ ପିଲା ଏଠାରେ ରହି ପାଠ ପଢୁଛନ୍ତି । ତେବେ ଏଠାରେ ରହି ପଢୁଥିବା ପିଲାମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି । ବିଦ୍ୟାପୀଠର କିଛି ଶିକ୍ଷକ ଆଜି ଛାତ୍ରମାନଙ୍କୁ ଜଙ୍ଗଲରୁ କାଠ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରମାନଙ୍କୁ ଧାରୁଆ ଟାଙ୍ଗିଆ ଦିଆଯିବା ସହ ସମସ୍ତଙ୍କୁ କାଠ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପରି କି ପିଲାମାନଙ୍କୁ ଏପରି କରିବାକୁ ଭୟଭୀତ ମଧ୍ୟ କରାଯାଇଥିଲା । ଫଳରେ ଶତାଧୀକ ଛାତ୍ର ବିଦ୍ୟାପୀଠଠାରୁ ୨ କି.ମି. ଦୂର ସାର୍ତାଗୁଡା ଜଙ୍ଗଲକୁ ଯାଇ ଶାଳବଣରୁ ବିଭିନ୍ନ କିସମର କାଠ କାଟି ବିଦ୍ୟାପୀଠକୁ ଆଣିଥିଲେ ।f1

ଏହାର ସୂଚନା ପାଇ କିଛି ଗଣମାଧ୍ୟମ ପ୍ରତିନିଧି ବିଦ୍ୟାପୀଠରେ ପହଞ୍ଚି ପରିଚାଳକ ଧୀରେନ୍ଦ୍ର କୁମାର ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲେ । ଏ ନେଇ ବିଦ୍ୟାପୀଠ ପରିଚାଳକ ସ୍ୱାଇଁ କହିଛନ୍ତି ଯେ, ପିଲାମାନଙ୍କୁ ଜଙ୍ଗଲରୁ କାଠ ଆଣିବାକୁ ବାଧ୍ୟ କରାଯାଇ ନ ଥିଲା । ଆଗକୁ ଗଣେଶ ପଳଜା ଆସୁଥିବାରୁ ପୂଜା ପାଳନ ପାଇଁ କାଠ ଆଣିବାକୁ ଯାଇଥିଲେ । ତେବେ ଆଗକୁ ପିଲାମାନଙ୍କୁ ଜଙ୍ଗଲକୁ ପଠାଯିବ ନାହିଁ ବୋଲି କହିଛନ୍ତି । ଏ ନେଇ ଖବର ପାଇବା ପରେ ଘଟଣାର ତଦନ୍ତ କରାଯାଇ ଦୋଷୀ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ମଲ୍ଲିକ କହିଛନ୍ତି ।

ସରକାର ପିଲାମାନଙ୍କ ସୁବିଧା ଲାଗି ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ବିଦ୍ୟାପୀଠରେ ରହିବାଠାରୁ ପାଠ୍ୟ ପୁସ୍ତକ, ବସ୍ତ୍ର ଆଦି ଯୋଗାଇ ଦେଉଛନ୍ତି । ବିଦ୍ୟାପୀଠରେ ପିଲାମାନଙ୍କ ଗାଧୋଇବା ପାଇଁ ଗାଧୁଆ ଘର ବ୍ୟବସ୍ଥା ହୋଇଛି । ଏହି ବିଦ୍ୟାପୀଠରେ ପରିଚାଳକଙ୍କୁ ମିଶାଇ ୬ଜଣ ଶିକ୍ଷକ, ଜଣେ ଲେଖାଏଁ କ୍ଲର୍କ ଓ ପିୟନ ରହିଛନ୍ତି । ହେଲେ ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀଙ୍କ ଅବହେଳା ହେଉ ଅବା ଦାୟିତ୍ୱହୀନତା ପ୍ରତିଦିନ ଶହ ଶହ ଛାତ୍ର ନିକଟରେ ଥିବା ସାଲୁଙ୍କି ନଦୀକୁ ଗାଧୋଇବାକୁ ଯାଉଛନ୍ତି । ଏହାର ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଲାଗି ରହିଥିବା ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos