ଜଙ୍ଗଲ ନିଆଁ ଲିଭାଇବାରେ ସ୍ଥାନୀୟ ଲୋକଙ୍କୁ ସଂପୃକ୍ତ କରାଯିବ

ଭୁବନେଶ୍ୱର: ଏଣିକି ଜଙ୍ଗଲ ନିଆଁ ରୋକିବାରେ ସ୍ଥାନୀୟ ଲୋକଙ୍କୁ ସଂପୃକ୍ତ କରାଯିବ। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯିବ ସହ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଆଜି ଧରିତ୍ରୀ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ଜଙ୍ଗଲ ପରିବେଶ ସଚିବ ସୁରେଶ  ମହାପାତ୍ର। ମହାପାତ୍ର କହିଛନ୍ତି ଯେ, “ଜଙ୍ଗଲରେ ନିଆଁ ଲାଗିଲେ, ଏହାକୁ ଲିଭାଇବାକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର ପାଳନ ହେବ। ଜଙ୍ଗଲ ନିଆଁ ଲିଭାଇବା ଦାୟିତ୍ୱ ଗାର୍ଡଙ୍କଠାରୁ ଆରମ୍ଭ କରି ଡିଏଫଓ ପର୍ଯ୍ୟନ୍ତ […]

B

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 02:58 PM IST

ଭୁବନେଶ୍ୱର: ଏଣିକି ଜଙ୍ଗଲ ନିଆଁ ରୋକିବାରେ ସ୍ଥାନୀୟ ଲୋକଙ୍କୁ ସଂପୃକ୍ତ କରାଯିବ। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯିବ ସହ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଆଜି ଧରିତ୍ରୀ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ଜଙ୍ଗଲ ପରିବେଶ ସଚିବ ସୁରେଶ  ମହାପାତ୍ର।

ମହାପାତ୍ର କହିଛନ୍ତି ଯେ, “ଜଙ୍ଗଲରେ ନିଆଁ ଲାଗିଲେ, ଏହାକୁ ଲିଭାଇବାକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର ପାଳନ ହେବ। ଜଙ୍ଗଲ ନିଆଁ ଲିଭାଇବା ଦାୟିତ୍ୱ ଗାର୍ଡଙ୍କଠାରୁ ଆରମ୍ଭ କରି ଡିଏଫଓ ପର୍ଯ୍ୟନ୍ତ ସମସ୍ତଙ୍କର। ନିଆଁ ଲିଭାଇବା ଲାଗି  ସ୍ଥାନୀୟ ଲୋକଙ୍କୁ ପ୍ରୋତ୍ସାହନ ଦିଆଯିବ ସହ ତାଲିମ ବ୍ୟବସ୍ଥା କରାଯିବ।”

ସେ ଆହୁରି କହିଛନ୍ତି, “୧୦ ଲକ୍ଷ ହେକ୍ଟର ଉଜୁଡ଼ା ଜମିରେ ବୃକ୍ଷରୋପଣ କରାଯିବ। ବିଶେଷ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ବେଗରେ ପବନ ହେଲେ ଯେଉଁ ଗଛ ନଷ୍ଟ ନ ହେବ ସେପରି ଗଛ ଲଗାଯିବ। ଏହାସହ ଲଣ୍ଡା ପାହାଡ଼ଗୁଡିକରେ ବୃକ୍ଷରୋପଣ କରାଯିବା ସହ ବନ୍ୟଜନ୍ତୁଙ୍କୁ ମଧ୍ୟ ପ୍ରାଥମିକତା ଦିଆଯିବ।”

ଜଙ୍ଗଲ ପରିବେଶ ମନ୍ତ୍ରୀ  ବିକ୍ରମ ଆରୁଖ କହିଛନ୍ତି, “ପରିବେଶ ସୁରକ୍ଷା ପାଇଁ ଧରିତ୍ରୀ ଦିବସ ପାଳନ କରୁଛୁ। ଚଳିତବର୍ଷ ଏହାର ଶୀର୍ଷକ ରହିଛି ‘ଧରିତ୍ରୀ ପାଇଁ ବୃକ୍ଷଟିଏ’। ମୁଁ  ଆଶା କରୁଛୁ  ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ  କରାଯାଉଛି ସେଥିରେ ସମସ୍ତେ ସହଯୋଗ କରିବେ। ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ହାତକୁ ନେବାକୁ ମୁଁ ଅନୁରୋଧ କରୁଛି।”

Related story